www.samajalive.in
Saturday, December 6, 2025
14.1 C
Bhubaneswar

୧୪୩ ଆଣ୍ଟିଜେନ ପରୀକ୍ଷଣରୁ ୨ କରୋନା ଆକ୍ରାନ୍ତ

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ବୁଧବାର ୩ଟି ସ୍ଥାନରେ ୧୪୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ୩୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବାଳିର ୬୦ବର୍ଷ ଓ ୧୨ବର୍ଷ ବୟସ୍କ ୨ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ ପ୍ରକାଶ କରିଛନ୍ତି। ସେହିପରି ବ୍ରହ୍ମପୁର ସିଏଚସି ପକ୍ଷରୁ କଟକିଆସାହି ପଞ୍ଚାୟତର ବଳରାମପୁରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୯୭ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ସେଠାରେ ୨୦ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ଆରଟିପିସିଆର ପରୀକ୍ଷା ପାଇଁ ଏସସିବି ମେଡିକାଲ କଲେଜକୁ ପଠାଯାଇଛି। ସେଗୁଡିକର ରିପୋର୍ଟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ହସ୍ତଗତ ହେବ। ଆଜି (ବୁଧବାର) ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୧୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories