www.samajalive.in
Saturday, December 6, 2025
14.1 C
Bhubaneswar

ଗୋପବନ୍ଧୁ ମହିଳା କଲେଜରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୁଲ୍ୟରେ ମଙ୍ଗଳବାର ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନତା ସଭାରେ ପୌରୋହିତ୍ୟ କରି ଅଧ୍ୟକ୍ଷା ମମତା ମିଶ୍ର ମାରାତ୍ମକ ଏଡସ୍‌ ରୋଗର ସଫଳ ଚିକିତ୍ସା ପାଇଁ ଅଦ୍ୟାବଧି କୌଣସି ଔଷଧ ବାହାରିନଥିବାରୁ କେବଳ ସଚେତନତା ଓ ସତର୍କତା ଦ୍ୱାରା ଏହି ରୋଗରୁ ରକ୍ଷା ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଏଡସ୍‌ ରୋଗର ବିଭିନ୍ନ କାରଣ ଓ ଏହାର ଭୟାବହତା ସଂପର୍କରେ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ବିସ୍ତୃତ ଭାବେ ବର୍ଣ୍ଣନା କରି ଏଥିରୁ ରକ୍ଷା ପାଇବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯୁବ ରେଡକ୍ରସ କାଉନସେଲର ବିଜୟାଲକ୍ଷ୍ମୀ ମହାନ୍ତି ବିଶ୍ୱ ଏଡସ୍‌ ଦିବସ ଉପଲକ୍ଷେ ଚଳିତ ବର୍ଷର ବାର୍ତ୍ତା ‘ବିଶ୍ୱ ଏକତା-ସହଭାଗୀ ଦାୟିତ୍ୱ’ର ତାତ୍ପର୍ଯ୍ୟ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ବରିଷ୍ଠ ଅଧ୍ୟାପିକା ରିନା ପଟ୍ଟନାୟକ, ଅଧ୍ୟାପିକା ସଂଯୁକ୍ତା ମହାପାତ୍ର, ପୁଷ୍ପମଞ୍ଜରୀ ଦାସ, ସ୍ମିତା ମହାପାତ୍ର ଓ ଏନଏସଏସର କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ନିର୍ଯ୍ୟାସୀ ବଳବନ୍ତରାୟ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। କୋଭିଡ କଟକଣା ଦୃଷ୍ଟିରୁ ବହୁ କମ୍ ସଂଖ୍ୟକ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories