www.samajalive.in
Friday, December 5, 2025
26.1 C
Bhubaneswar

କୃଷକମାନଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କାଲି : ଆନ୍ଦୋଳନ ବନ୍ଦ କରିବା ପାଇଁ କୃଷିମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ : କୃଷକମାନଙ୍କର ଆନ୍ଦୋଳନ ପରିପ୍ରେକ୍ଷୀରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କୃଷକମାନଙ୍କୁ ନିବେଦନ କରିଛନ୍ତି ଯେ ନୂତନ କୃଷି ସଂସ୍କାର କୃଷକଙ୍କ ହିତ ପାଇଁ ଉଦ୍ଧିଷ୍ଟ। ଦୀର୍ଘ ସମୟର ପ୍ରତୀକ୍ଷା ପରେ ଏହାକୁ ଅଣାଯାଇଛି ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ  ଶ୍ରୀ ତୋମାର କହିଛନ୍ତି ଯେ ଯଦି କୃଷକମାନଙ୍କର ଏହି କାର୍ଯ୍ୟ ଉପରେ କୌଣସି ଆପତ୍ତି ଥାଏ ତେବେ ସରକାର ସେମାନଙ୍କ ସହ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଶ୍ରୀ ତୋମାର କହିଛନ୍ତି ଯେ ଏହି ଆନ୍ଦୋଳନ ନାଗରିକଙ୍କ ଉପରେ ପ୍ରଭାବ ପକାଉଥିବାରୁ ସେମାନେ ବିରୋଧ ପ୍ରଦର୍ଶନ କରିବା ଉଚିତ୍ ନୁହେଁ।

- Advertisement -

ଶ୍ରୀ ତୋମର କହିଛନ୍ତି, କେନ୍ଦ୍ର ସରକାର ସର୍ବଦା କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।
କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ସର୍ବଦା ଅଲୋଚନା କରିବାକୁ ପ୍ରସ୍ତୁତ ଥିବା ଶ୍ରୀ ତୋମର କହିଛନ୍ତି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍‍ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ୍‍ ପ୍ରକାଶ ମଙ୍ଗଳବାର ବିଜ୍ଞାନ ଭବନରେ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

କୃଷିକ୍ଷେତ୍ରରେ ଅଣାଯାଇଥିବା ସଂସ୍କାରରୁ ଦେଶର କୃଷକମାନେ ଲାଭାନ୍ୱିତ ହେବେ ବୋଲି ସରକାର ସେମାନଙ୍କୁ କହିଛନ୍ତି। ଶ୍ରୀ ତୋମର କହିଛନ୍ତି, ସରକାର କୃଷକମାନଙ୍କର କଲ୍ୟାଣ ଓ କୃଷିକ୍ଷେତ୍ରର ବିକାଶକୁ ସର୍ବଦା ଅଗ୍ରାଧିକାର ଦେଇ ଆସୁଛନ୍ତି। ବୈଠକ ସମୟରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହି କମିଟି ମାଧ୍ୟମରେ କୃଷକମାନଙ୍କର ସମସ୍ୟାଗୁଡ଼ିକୁ ଉପସ୍ଥାପନ କରାଯାଇପାରିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories