www.samajalive.in
Saturday, December 6, 2025
16.1 C
Bhubaneswar

ବିଜେଡ଼ି-ପାଠକ-ପାଣିଗ୍ରାହୀ ବିବାଦକୁ ଡ଼େଇଁଲେ ପ୍ରଦୀପଙ୍କ ପତ୍ନୀ ସୁଜାତା: ଚାଟାର୍ଡ଼ ଫ୍ଲାଇଟରେ ଆକାଶଙ୍କ ସହ ବୁଲିଛନ୍ତି ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ

ଭୁବନେଶ୍ୱର: ପାଠକ-ବିଜେଡ଼ି-ପାଣିଗ୍ରାହୀ ବିବାଦରେ ପ୍ରବେଶ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା । ବିଜେଡ଼ି ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ ଚାଟାର୍ଡ଼ ଫ୍ଲାଇଟରେ ଆକାଶ ପାଠକଙ୍କ ସହ ପୁନେ ଓ ମୁମ୍ବାଇ ଯାଇଥିବା ସୁଜାତା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ ତଥାକଥିତ ଜନବିରୋଧୀ କାର୍ଯ୍ୟ ପରି ଅରୂପଙ୍କ କାର୍ଯ୍ୟକୁ ସମାନ ନିକିତିରେ ତଉଲା ଯିବ କି ନାହିଁ ସେ ପ୍ରଶ୍ନ କରିଛନ୍ତି ।

ସୁଜାତାଙ୍କ ଅଭିଯୋଗ ଅନୁସାରେ ଆକାଶ ପାଠକ ଜୁଲାଇ ୧୧ ତାରିଖରେ ପୁନେ ଯାଇଥିଲେ । ଏକ ଚାଟାର୍ଡ଼ ବିମାନରେ ସେ ଭୁବନେଶ୍ବରରୁ ପୁନେ ଯିବା ବେଳେ ଅରୁପ ମଧ୍ୟ ତାଙ୍କ ସହ ଯାଇଥିଲେ ବୋଲି ସୁଜାତା କହିଛନ୍ତି । ତାଙ୍କ ସ୍ବାମୀଙ୍କ ବିରୋଧରେ ’ଜନବିରୋଧୀ କାର୍ଯ୍ୟକଳାପ’ ନେଇ ବିଜେଡ଼ି ଗତକାଲି ଯେଉଁ ବିବୃତି ଦେଇଛି ତାହା କପଟ ଓ ଷଡ଼ଯନ୍ତ୍ର ବୋଲି ସେ ମତ ଦେଇଛନ୍ତି । ଯଦି ଆକାଶଙ୍କ ଚାଟାର୍ଡ଼ରେ ଯିବା ଦ୍ବାରା ପ୍ରଦୀପ ପାଣିଗ୍ରାହୀ ଜନ ବିରୋଧୀ ହୋଇଗଲେ, ତେବେ ଅନୁରୂପ ଏକ ଚାଟାର୍ଡ଼ରେ ଆକାଶଙ୍କ ସହ ଯାତ୍ରା କରିଥିବାରୁ ସେ ଜନବିରୋଧୀ କିପରି ହେଲେ ନାହିଁ ବୋଲି ସୁଜାତା କହିଛନ୍ତି ।

- Advertisement -

ଏକ ବୈଦ୍ୟୁତିକ ଗଣମାଧ୍ୟମ ସହ ଆଲୋଚନା କରିବା କାଳରେ ସୁଜାତା ତାଙ୍କ ଝିଅର ଜୀବନକୁ କିଛି ବିଜେଡ଼ି ନେତା ନଷ୍ଟ କରି ଦେଇଥିବା ଅଭିଯୋଗ କରି ଆଇଏଫଏସ ପାଠକଙ୍କ ବିରୋଧରେ ଯେଉଁ ସମୟରେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାକୁ ନେଇ ସୁଜାତା ପ୍ରଶ୍ନ ଉଠାଇଛନ୍ତି । ଏହି ଚଢ଼ଉ ମାସେ ପୂର୍ବରୁ କି ମାସେ ପରେ କରାଯିବାରେ କି ସମସ୍ୟା ଥିଲା ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ବିଜେଡ଼ି ତାଙ୍କ ସ୍ବାମୀ ତଥା ବିଧାୟକଙ୍କ ବିରୋଧରେ ବିଜେଡ଼ି ଆଣିଥିବା ଅଭିଯୋଗ ଅମୂଳକ ବୋଲି ଉଲ୍ଲେଖ କରି ସୁଜାତା ତାଙ୍କ ପାଖରେ ଢ଼େର ପ୍ରମାଣ ଅଛି ଓ ଉପଯୁକ୍ତ ସମୟରେ ଏହି ପ୍ରମାଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ସୁଜାତାଙ୍କ ଅଭିଯୋଗ ସମ୍ପର୍କରେ ବିଜେଡ଼ି ନେତା ଅରୁପ ପଟ୍ଟନାୟକଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲା, ମାତ୍ର ତାହା ସମ୍ଭବ ହୋଇ ନ ଥିଲା ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories