ହରଭଙ୍ଗା : ଦୀର୍ଘଦିନ ବ୍ୟବଧାନପରେ ମଙ୍ଗଳବାର ହରଭଙ୍ଗା ବ୍ଲକ ଅଂଚଳରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବ୍ଲକର ଚାରିଛକରୁ ଜଣେ, ଲୋକାପଡାରୁ ଜଣେ ଏବଂ ଛତ୍ରଙ୍ଗରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବୌଦ୍ଧରେ ସଂକ୍ରମିତ ହାର ପୂରା କମ ରହିଥିବା ଏକ ଆଶ୍ୱସ୍ତିର ବିଷୟ। ମାତ୍ର କରୋନାକୁ ହାଲକା ଭାବେ ଗ୍ରହଣ କଲେ ଆଗକୁ ସଂକ୍ରମିତ ହାର ବୃଦ୍ଧି ଘଟିବା ଆଶଙ୍କା ରହିଛି। ଏଣୁ କରୋନା ପ୍ରତି ସର୍ତକ ରହି ସମସ୍ତ ସରକାରୀ କଟକଣା ମାନି ମହାମାରୀକୁ ମୁକାବିଲା କରିବାକୁ କୁହାଯାଉଛି।
Popular Categories



