www.samajalive.in
Saturday, December 6, 2025
15.1 C
Bhubaneswar

ଜାତୀୟ ରାଜପଥରୁ ଆହତ ମାଙ୍କଡ ଉଦ୍ଧାର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ଏକ ଆହତ ମାଙ୍କଡକୁ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ସୋମବାର ଜାତୀୟ ରାଜପଥର ମାର୍ଦ୍ଦୀଂ ନିକଟରେ ଏକ ଗାଡି ଧକ୍କାରେ ଗୋଟିଏ ମାଙ୍କଡ ଆହତ ହୋଇ ରାସ୍ତା ଉପରେ ମୁର୍ମୂଷୁ ଅବସ୍ଥାରେ ପଡିରହିଥିଲା। ଖବରପାଇ ଆଡେଣିଗଡ ବନପାଳ ଅରୁଣ ପାଣ୍ଡେ ଘଟଣାସ୍ଥଳରେ ପଂହଚି ଆହାତ ମାଙ୍କଡଟିକୁ ଉଦ୍ଧାର କରି ପୁରୁଣାକଟକ ପଶୁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପୁରୁଣାକଟକ ପଶୁଧନ ନିରିକ୍ଷକ ନାରାୟଣ ବାରିକ ମାଙ୍କଡଟିର ଚିକିତ୍ସା କରିଥିଲେ। ପରେ ବନପାଳ ମାଙ୍କଡିଟିକୁ ଘରକୁ ଆଣି ତାର ଯନ୍ତ୍ର କରୁଥିବା ଜଣାପଡିଛି। ମାଙ୍କଡିଟର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ବନପାଳ ସୂଚନା ଦେଇଛନ୍ତି। ଆଜି ମଧ୍ୟ ଆଡେଣିଗଡ ପଶୁଧନ ନିରୀକ୍ଷକ ଗୌରାଙ୍ଗ ସାହୁ ମାଙ୍କଡର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ। ବର୍ତମାନ ମାଙ୍କଡଟି ଖାଇବା ପିଇବା କରୁଛି। ସଂପୂର୍ଣ୍ଣ ସୁସ୍ଥ ପରେ ତାକୁ ପୁର୍ନବାର ଜଙ୍ଗଲରେ ଛଡାଯିବା ବୋଲି ବନପାଳ ସୂଚନା ଦେଇଛନ୍ତି। ବନପାଳଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories