www.samajalive.in
Saturday, December 6, 2025
26.1 C
Bhubaneswar

କର୍ମଚାରୀଙ୍କୁ କରୋନା ଯୋଗୁଁ ମାଣତ୍ରୀରେ ବ୍ୟାଙ୍କ ସିଲ୍‍

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଙ୍ଗଳବାର ବ୍ୟାଙ୍କକୁ ସିଲ କରାଯାଇଛି। ଅନ୍ୟ କର୍ମଚାରୀଙ୍କର ଆଣ୍ଟିଜେନ ପରୀକ୍ଷା ହେବା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି। ବ୍ୟାଙ୍କ କାର୍ଯ୍ୟାଳୟ ୭୨ଘଣ୍ଟା ପରେ ଖୋଲା ଯିବା ପୂର୍ବରୁ ସାନିଟାଇଜ କରାଯିବ ବୋଲି ମାଣତ୍ରୀ ସରପଞ୍ଚ ମହାଦେବା ସିଂ କହିଛନ୍ତି। ବେତନଟୀ ଶାଖାର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପରେ ଏଠାକାର ୨ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ।

ସୂଚନାଯୋଗ୍ୟ, ବଡ଼ସାହି ବ୍ଲକରେ କରୋନା ଆକ୍ରାନ୍ତ ସଂଖ୍ୟା ୨୭୪ରେ ପହଞ୍ଚିଲାଣି। ସେଥିମଧ୍ୟରୁ ୨୬୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ମଙ୍ଗଳବାର ବଡ଼ସାହି ବ୍ଲକରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ମାଧପୁର ପଞ୍ଚାୟତରୁ ୪ଜଣ, ବଡ଼ସାହିରୁ ୩ଜଣ, ସାନକେରକୋରୁ ୨ଜଣ, ତାଳପଦା, ମାଣତ୍ରୀ, କେନ୍ଦୁଡ଼ିହା, ମାନଗୋବିନ୍ଦପୁର, ନାଉପାଳ ଓ ଦୁର୍ଗାପୁର ପଞ୍ଚାୟତରୁ ଜଣେ ଲେଖାଏଁ ରହିଛନ୍ତି। ଏମାନଙ୍କୁ ମିଶାଇ ବ୍ଲକର ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ତାଲିକାରେ ବଡ଼ସାହି ପଞ୍ଚାୟତରୁ ସର୍ବାଧିକ ୩୮ଜଣ ଥିବା ବେଳେ ମାଣତ୍ରୀରୁ ୨୮ଜଣ, ମାନଗୋବିନ୍ଦପୁରରୁ ୨୭, ଚନ୍ଦନପୁରରୁ ୧୯ଜଣ, ଭୀମିଦାରୁ ୧୩ଜଣ, ଦେଉଳିଆରୁ ୧୨ଜଣ, ପୂର୍ଣ୍ଣଚନ୍ଦ୍ରପୁରରୁ ୧୧ଜଣ, ସୁହାଗପୁରରୁ ୧୦ଜଣ, ମାଧପୁର, ତାଳପଦା, ଶାଳଗାଁ ଓ ସାନକେରକୋରୁ ୯ଜଣ ଲେଖାଏଁ, କେନ୍ଦୁଡ଼ିହା ଓ ଛେଳିଆ(କ)ରୁ ୮ଜଣ ଲେଖାଏଁ, ଜାରକାଣୀରୁ ୭ଜଣ, ଦୁର୍ଗାପୁର, ନାଉପାଳ ଓ ଖାନୁଆରୁ ୬ଜଣ ଲେଖାଏଁ, ବଳଭଦ୍ରପୁରରୁ ୫ଜଣ ରହିଛନ୍ତି। ସେହିପରି ପଟିସାରୀ ଓ ପ୍ରତାପପୁରରୁ ୪ଜଣ ଲେଖାଏଁ ଥିବା ବେଳେ ବୀରେଶ୍ୱରପୁର ଓ ପାଉଁଶିଆରୁ ୩ଜଣ ଲେଖାଏଁ, କୋଚିଳାଖୁଣ୍ଟାରୁ ୨ଜଣ ଏବଂ ଯୋଗୀନୂଆଗାଁ, ଯଦୁନାଥପୁର ଓ ଉଠାଣୀନୂଆଗାଁ ପଞ୍ଚାୟତରୁ ଜଣେ ଲେଖାଏଁ ରହିଛନ୍ତି। ବ୍ଲକର ୩୦ଟି ପଞ୍ଚାୟତରୁ ଶିଆଳିଘାଟି, ଟଙ୍ଗାଶୋଳ ଓ ଗୁଡ଼ିଆଲବନ୍ଧ ୩ଟି ପଞ୍ଚାୟତ ଏଯାଏଁ କରୋନାମୁକ୍ତ ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories