www.samajalive.in
Saturday, December 6, 2025
14.1 C
Bhubaneswar

ବର୍ଷାରେ ଧୋଇଗଲା ବଡମାଳ କଲଭର୍ଟର ଏପ୍ରୋଚ୍‍ ରାସ୍ତା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଗଣେଶନଗର-ଲାଉମାଲ ପୂର୍ତ୍ତ ବିଭାଗ ରାସ୍ତାର ଲୁଧାପାଲି ଛକରୁ ବାସୁପାଲି ଗ୍ରାମ ଦେଇ ଲୁହାଖଣ୍ଡି ଗ୍ରାମରେ ପୁରୁଣା ରାଞ୍ଚି ରୋଡକୁ ସଂଯୋଗ କରୁଥିବା ଲିଙ୍କ୍‍ ରୋଡର ବଡମାଳ ପ୍ରାଇମେରୀ ସ୍କୁଲ ପାଖରେ ଥିବା କଲଭର୍ଟର ଏପ୍ରୋଚ୍‍ ରାସ୍ତା ୨୭ ତାରିଖର ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଗମନାଗମନରେ ବ୍ୟାଘାତ ସୃଷ୍ଟି ହେଉଛି। କଲଭର୍ଟ ଉପରେ ୧୦/୧୨ ଫୁଟ୍‍ ପାଣି ପ୍ରବଳ ବେଗରେ ପ୍ରବାହିତ ହୋଇ ଏପ୍ରୋଚ୍‍ ରାସ୍ତାର ଉଭୟ ପାର୍ଶ୍ବରେ ପିଚୁ ଏବଂ ମାଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତା ନିର୍ମାଣରେ ବ୍ୟବହୃତ ହୋଇଥିବା ପଥର ସବୁ ବାହାରି ପଡିଛି। ବିପଜ୍ଜନକ ଅବସ୍ଥାରେ ଥିବା ଏପ୍ରୋଚ୍‍ ରାସ୍ତାର ଆଶୁ ମରାମତି କରାଯାଇ ଯାତାୟାତ ଉପଯୋଗୀ କରିବାକୁ ରେଙ୍ଗାଲି ସଂଗ୍ରାମ ସମିତି ପକ୍ଷରୁ ଦାବୀ କରାଯାଇଛି। ସୂଚିତ ଯେ, ଏହି ରାସ୍ତା ଦେଇ ରେଙ୍ଗାଲି, ସମ୍ବଲପୁର, ଝାରସୁଗୁଡା ଆଦି ଗୁରୁତ୍ୱପୂର୍ଣ ସ୍ଥାନକୁ ଯତାୟାତ କରିବା ପାଇଁ ଶତାଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories