ନୂଆଦିଲ୍ଲୀ : ଦେଶରେ ଲଗାତାର ଦୈନିକ ସଂକ୍ରମଣରେ ହ୍ରାସ ପାଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧୬,୪୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪,୯୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୫୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮,୧୫୩ ରେ ପହଞ୍ଚିଛି। ମୋଟ କରୋନା ପଜିଟିଭ ସଂଖ୍ୟା ୧,୦୨,୨୪,୩୦୩କୁ ବୃଦ୍ଧି ପାଇଛି। ୨,୬୮,୫୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୮,୦୭,୫୬୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Popular Categories



