ଦେଶରେ ଦୈନିକ ସଂକ୍ରମଣ ୬ ହଜାର ପାର୍‍ ; ଆରୋଗ୍ୟ ହାର ୯୮.୭୧%

ନୂଆଦିଲ୍ଲୀ : ଦେଶରେ ଆଉ ୬ ହଜାର ୩୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୭୬,୦୫୬କୁ ବୃଦ୍ଧି ପାଇଛି। ସେହିପରି ୬,୬୧୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୯,୦୦,୨୦୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୧%। ଚିିକିତ୍ସାଧୀନ ଅବସ୍ଥାରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୮,୦୯୦ରେ ପହଞ୍ଚିଛି। ମୃତ୍ୟୁହାର ୧.୧୯%। ୪୭,୭୬୨ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୧୧%। ଏଯାଏଁ ମୋଟ ୨,୧୪,୨୭,୮୧,୯୧୧ ଟିକାକରଣ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.