www.samajalive.in
Monday, December 8, 2025
14.1 C
Bhubaneswar

କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ

ତିରୁବନନ୍ତପୁରମ : କରୋନା ମହାମାରୀର ବିପଦ ଜାରି ରହିଥିବା ବେଳେ କେରଳରେ ପୁଣି କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଏହାକୁ କାବୁ କରିବାକୁ ସରକାର ୩୧ ଜୁଲାଇ ଓ ଅଗଷ୍ଟ ୧କୁ ରାଜ୍ୟରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି । ଏହାସହ କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ ବିଶେଷଜ୍ଞଙ୍କ ଏକ ଟିମ ପଠାଇଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବାନୁଯାୟୀ, ପର୍ବପର୍ବାଣି/ସାମାଜିକ ସମାରୋହ ସମୟରେ କରୋନା ନିୟମକୁ କଡାକଡି ଭାବେ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ । ଏହାଦ୍ୱାରା ମହାମାରୀ ଉପରେ କାବୁ କରାଯାଇପାରିବ । ଇଦ ସମୟରେ କେରଳରେ କଟକଣା କୋହଳ କରାଯାଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏଥିରେ କ୍ଷୁବ୍ଧ ହୋଇଥିଲେ ।
ହଠାତ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି । ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିଦେ୍ର୍ଦଶକ ଅଧ୍ୟକ୍ଷତାରେ ୬ ସଦସ୍ୟଙ୍କ ଟିମକୁ କେରଳ ପଠାଇଛନ୍ତି । ବିଶେଷଜ୍ଞ ଦଳ ରାଜ୍ୟ ସରକାରଙ୍କ ସହ ମିଶି କରୋନା ମହାମାରୀ କାବୁ କରିବା ପାଇଁ ସାହାଯ୍ୟ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।
କେରଳରେ ବୁଧବାର ୨୨,୦୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଦ୍ୱାରା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩,୨୭,୩୦୧କୁ ବୃଦ୍ଧି ପାଇଛି । ଏହାସହ ୧୩୧ ଜଣଙ୍କର ମୃତୁ୍ୟ ମଧ୍ୟ ହୋଇଛି । ମୋଟ ମୃତୁ୍ୟ ସଂଖ୍ୟା ୧୬,୪୫୭ରେ ପହଞ୍ଚିଛି । ସରକାରଙ୍କ ସୂଚନା ଅନୁଯାୟୀ, ୧୭,୭୬୧ ଜଣ ସଂକ୍ରମଣରୁ ଠିକ ହୋଇଛନ୍ତି । ମୋଟ ୩୧,୬୦,୮୦୪ ସୁସ୍ଥ ହୋଇ ସାରିଛନ୍ତି । ଏବେ ୧,୪୯,୫୩୪ ରହିଛି ।
କେରଳରେ ସବୁଠାରୁ ଅଧିକ ପ୍ରଭାବିତ ଜିଲାମାନଙ୍କ ମଧ୍ୟରେ ମଲପ୍ପୁରମରେ ୩୯୩୧, ତ୍ରିଶୁର ୩୦୦୫, କୋଝିକୋଡରେ ୨୪୦୦, ଏର୍ନାକୁଲମରେ ୨୩୯୭,ପଲକ୍କଡରେ ୧୬୪୯,କୋଲ୍ଲମରେ ୧୪୬୨,ଅଲାପ୍ପୁଝାରେ ୧୪୬୧,କନ୍ନୁରରେ ୧୧୭୯, ତିରୁବନନ୍ତପୁରମରେ ୧୧୦୧,କୋଟ୍ଟାୟମରେ ୧୦୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories