www.samajalive.in
Sunday, December 7, 2025
26.1 C
Bhubaneswar

ବାଲେଶ୍ୱରରେ ବାହାରିଲା କରୋନା ସଚେତନତା ରଥ ; ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର :  କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟଳୟ ବାଲେଶ୍ବର ପକ୍ଷରୁ “କରୋନା ସମୟରେ ଉପଯୁକ୍ତ ବ୍ୟବହାର” ଶୀର୍ଷକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ୟ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ସମ୍ମାନିତ ଅତିଥି ହିସାବରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ବାରା ଆହ୍ୱାନ କରାଯାଉଥିବା “କୋଭିଡ଼-୧୯ ଉପଯୁକ୍ତ ବ୍ୟବହାର” ଶୀର୍ଷକ ଜନ ଆନ୍ଦୋଳନର ତିନି ସୂତ୍ର ଯଥା ଭଲଭାବେ ମାସ୍କ ପିନ୍ଧିବା, ହାତକୁ ସାବୁନରେ ବାରମ୍ବାର ଧୋଇବା ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବା ଇତ୍ୟାଦି ପାଳନ କଲେ ଆମ୍ଭେ କୋରୋନାରୁ ମୁକ୍ତ ହୋଇପାରିବା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମତବ୍ୟକ୍ତ କରିଥିଲେ। ଏହି ସଚେତନତା ରଥ ଫଟୋଚିତ୍ର, ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବ।
ଏହି ରଥ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ମ୍ୟୁନିସିପାଲିଟି ସମେତ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ପରିକ୍ରମା କରିବ। ଏହି କାର୍ୟ୍ୟକ୍ରମ ପ୍ରତି ଜିଲ୍ଲା ପାଇଁ ୨୦ଦିନ, ମୋଟ ୪୦ଦିନ ବ୍ୟାପି ଚାଲିବ। ଏହି କାର୍ୟ୍ୟକ୍ରମକୁ ବାଲେଶ୍ବରର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ଓ କ୍ଷେତ୍ର ପ୍ରଚାର ସହାୟକ ଖଗେଶ ବାଇପାଇ ପରିଚାଳନା କରିଥିଲେ।
କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ବରିଷ୍ଠ ବିଜେପି ନେତା ପର୍ଶୁରାମ ପରିଡା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ,ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ବିଜୟ କୁମାର ପାଣିଗ୍ରାହୀ, ସମରଶଙ୍କର କାନୁନଗୋ, ମଣ୍ଟୁ ପେରିୱାଲ, ସୁଶାନ୍ତ ବେରା, ରଞ୍ଜିତ କୁମାର ପ୍ରଧାନ, ସୁବୋଧଚନ୍ଦ୍ର ପଣ୍ଡା, କମଲ ଲୋଚନ ଦାସ, ଧୀରଜ ମହାନ୍ତି, ରାଧା କୃଷ୍ଣ ଦାସ, ଗୌରାଙ୍ଗ ଚନ୍ଦ୍ର ଦାସ, ସ୍ବାଧୀନ ବିଜୟ ପଣ୍ଡା, ରାଜେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories