ବହୁ ଲୋକେ ନିଜ ଘରେ ତମ୍ବା ବାସନର ବ୍ୟବହାର କରିଥାଆନ୍ତି। ମାତ୍ର ଏହାକୁ ବ୍ୟବହାର କରିବାରେ କିଛି ନିୟମ ରହିଛି। ସେହି ନିୟମକୁ ମାନି ଏହାର ବ୍ୟବହାର ନକଲେ ଏଥିରେ ଥିବା କେମିକାଲ ଶରୀର ପାଇଁ କ୍ଷତିକାରକ ଅଟେ। ମୁଖ୍ୟତଃ ଏପରି କିଛି ଖାଦ୍ୟ ଅଛି ଯାହାକୁ ତମ୍ବା ପାତ୍ରରେ ରଖିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କରିଥାଏ। ତମ୍ବାରେ କପର ଧାତୁ ରହିଥାଏ, ଯାହା ଖାଦ୍ୟରେ ମିଶିବା ଫଳରେ ତାହା ବିଷାକ୍ତ ହୋଇଯାଏ। ସେହି ଖାଦ୍ୟକୁ ଖାଇବା ପରେ ବଦହଜମି ଓ ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଜାଣନ୍ତୁ କେଉଁ ଖାଦ୍ୟ ତମ୍ବା ବାସରେ ରଖିବା ଉଚିତ ନୁହେଁ ….
ଆଚାର, ଦହି ଓ ଲେମ୍ବୁରସ –
ଏହି ସମସ୍ତ ଖାଦ୍ୟକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ। ଆଚାରରେ ଥିବା ସିରକା, ଲେମ୍ବୁ ରସରେ ଥିବା ସାଇଟ୍ରିକ ଏସିଡ଼, ଦହିରେ ଥିବା ଲାକଟିକ ଏସିଡ଼ ତମ୍ବା ସହ ମିଶି ବିଷାକ୍ତ ହୋଇଯାଏ। ତେଣୁ ଏହି ସମସ୍ତ ଖାଦ୍ୟଦ୍ରବ୍ୟକୁ ତମ୍ବା ବାସନରେ ରଖିବା କିମ୍ବା ଖାଇବା ଉଚିତ ନୁହେଁ।
ଫଳ–
ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର –
ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।



