www.samajalive.in
Saturday, December 6, 2025
26.1 C
Bhubaneswar

ଟିମ୍‌ ଇଣ୍ଡିଆର କୋଚ୍‌ ଘୋଷଣା ଆଜି; ଦୌଡ଼ରେ ଏହି ୬ ଜଣ ପୂର୍ବତନ କ୍ରିକେଟର

ମୁମ୍ବଇ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦବୀ ପାଇଁ ଶୁକ୍ରବାର ମୁମ୍ବଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ସାକ୍ଷାତ୍‌କାର ଚାଲିଛି। ଏହି ପଦବୀ ପାଇଁ ମୋଟ ୬ ଜଣ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ବିଦେଶୀ ରହିଛନ୍ତି। ସକାଳ ୧୦ଟାରୁ ସାକ୍ଷାତ୍‌କାର ଆରମ୍ଭ ହୋଇଛି। ପୂର୍ବତନ କ୍ରିକେଟର କପିଳ ଦେବଙ୍କ ନେତୃତ୍ଵାଧୀନ କ୍ରିକେଟ ପରାମର୍ଶଦାତା କମିଟି(ସିଏସି)କୁ ଭାରତୀୟ ଟିମ୍‌ର ନୂଆ କୋଚ୍‌ ଚୟନ କରିବା ଦାୟିତ୍ଵ ଦିଆଯାଇଛି। ଏହି କମିଟିରେ ଅଂଶୁମାନ ଗାୟକୱା ଏବଂ ଶାନ୍ତା ରଙ୍ଗାସ୍ବାମୀ ରହିଛନ୍ତି। ବିସିସିଆଇ ସନ୍ଧ୍ୟା ୭ଟାରେ ଖବରଦାତା ସମ୍ମିଳନୀ ଜରିଆରେ ନୂଆ କୋଚ୍‌ଙ୍କ ନାମ ଘୋଷଣା କରିବ।

ବିସିସିଆଇ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ୬ଜଣଙ୍କ ନାମ ତାଲିକା ପ୍ରସ୍ତୁତ କରିଛି। ଏଥିରେ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀଙ୍କ ନାମ ସାମିଲ ରହିଛି। ଶାସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଭାରତୀୟ ମଧ୍ୟ ରହିଛନ୍ତି। ସେମାନେ ହେଲେ ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଏବଂ ରବୀନ ସିଂହ। ଏମାନଙ୍କ ବ୍ୟତୀତ ତାଲିକାରେ ରହିଥିବା ୩ ବିଦେଶୀ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍‌ ମୁଡ୍ଡୀ, ମାଇକ ହାସନ ଏବଂ ଫିଲ ସିମନ୍ସ। ତେବେ ଏହି ୬ଜଣଙ୍କ ମଧ୍ୟରେ ରବି ଶାସ୍ତ୍ରୀଙ୍କ ନାମ ଆଗରେ ରହିଥିବା କୁହାଯାଉଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories