ମୁମ୍ବଇ : ବରୁଣ ଧାୱନ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କୁଲୀ ନମ୍ବର ୧’ର ପ୍ରଥମ ଟିଜର ପୋଷ୍ଟର ରବିବାର ରିଲିଜ୍ ହୋଇଛି। ଏହା ଏକ ମୋଶନ୍ ପୋଷ୍ଟର। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହା ସହ ସେ ଲେଖିଛନ୍ତି, ମୁଖ୍ୟ ପୋଷ୍ଟର ସୋମବାର ରିଲିଜ୍ କରାଯିବ ଏବଂ ଚଳଚ୍ଚିତ୍ର ଆସନ୍ତା ବର୍ଷ ମେ’ ୧ ତାରିଖରେ ମୁକ୍ତିଲାଭ କରିବ।
ମୋଶନ ପୋଷ୍ଟର ଉପରେ ଏକ ପ୍ରଶ୍ନ ଲେଖା ହୋଇଛି- ଅନୁମାନ କରନ୍ତୁ କିଏ ଆସୁଛି? ଏହାସହିତ କୁଲୀ ବେଶରେ ଏକ ଯୁବକକୁ ଦେଖିବାକୁ ମିଳିଛି, ଯିଏ ବହୁତ ସାରା ସୁଟ୍କେସ୍ ଧରିଛି। ଜିନିଷପତ୍ରରେ ମୁହଁ ଲୁଚି ଯାଇଥିଲେ ମଧ୍ୟ ଅନୁମାନ କରାଯାଉଛି ଏହି ଯୁବକ ଜଣକ ଚଳଚ୍ଚିତ୍ରର ନାୟକ ବରୁଣ ଧାୱନ। ସୂଚନାଯୋଗ୍ୟ, ଏହା ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କୁଲୀ ନମ୍ବର ୧’ର ରିମେକ୍।
ସାମ୍ନାକୁ ଆସିଲା ‘କୁଲୀ ନମ୍ବର ୧’ର ପ୍ରଥମ ଝଲକ୍
Popular Categories



