www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: କିପରି ବନ୍ଧୁକ ଦେଖାଇ ଚାଷୀଙ୍କୁ ଧମକାଉଛନ୍ତି ବିବାଦୀୟ ଆଇଏଏସ ଅଧିକାରୀଙ୍କ ମା’

ସମାଜ ଡିଜିଟାଲ ଡେସ୍କ: ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ପରେ ଏବେ ତାଙ୍କ ମା’ଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଛି। ପୂଜାଙ୍କ ମା’ ମନୋରମା ଖେଡକର ପୁଣେର ମୁଲଶି ତାଲୁକା ଅଞ୍ଚଳରେ ବନ୍ଧୁକ ଦେଖାଇ ଚାଷୀଙ୍କୁ ଧମକାଉଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପ୍ରଘଟ ହେବାରେ ଲାଗିଛି।

ପୂଜାଙ୍କ ବାପା ଦିଲୀପ ଖେଡକର ଜଣେ ପୂର୍ବତନ ସରକାରୀ ଅଧିକାରୀ। ସେ ତାଙ୍କ କାର୍ଯ୍ୟକାଳ ସମୟରେ ବେଆଇନ ଭାବେ ବହୁ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ସେ ମୁଲଶି ତହସିଲ ଅଞ୍ଚଳରେ ପ୍ରାୟ ୨୫ ଏକର ଜମି କିଣିଥିବା ଜଣାପଡ଼ିଛି। ତେବେ ଏହି ଖେଡକର ପରିବାର ନିଜ ଜାଗା ପାର୍ଶ୍ବବର୍ତ୍ତୀ ଜାଗାକୁ ବଳପୂର୍ବକ ଦଖଲ କରି ନିଜ ଜାଗାରେ ମିଶାଉଥିବା ନେଇ ସ୍ଥାନୀୟ ଚାଷୀମାନେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୂଜାଙ୍କ ମା’ ସେହି ଅଞ୍ଚଳକୁ ଯାଇ ଚାଷୀମାନଙ୍କୁ ଧମକାଇଥିଲେ। ଏପରି କି ସେ ନିଜ ଭ୍ୟାନିଟିରୁ ଏକ ବନ୍ଧୁକ ବାହାର କରି ଚାଷୀଙ୍କୁ ଦେଖାଇ ଗାଳିଗୁଲଜ କରିଥିଲେ। ପୂରା ପରିବାର ନିଜର କ୍ଷମତାର ଅପବ୍ୟବହାର କରୁଥିବା ଏସବୁ ଘଟଣାରୁ ସ୍ପଷ୍ଟ ହେଉଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories