ଯନ୍ତ୍ରୀଙ୍କୁ ଠେଲାପେଲା ସହ ଧମକ ଦେବା ଘଟଣା , ଠିକାଦାର କୋର୍ଟ ଚାଲାଣ
ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଥିବା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନ ଠେଲାପେଲା କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରେ ଜଣେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପେଟି ଠିକାଦାର ଯନ୍ତ୍ରୀଙ୍କୁ ଠେଲା ପେଲା କରିବା ସହିତ ଜବରଦସ୍ତ କାର୍ଯ୍ୟ କରିବା ପାଇଁ ମାଗିଥିଲେ। ଏପରିକି କାମ ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି କନିଷ୍ଠ ଯନ୍ତ୍ରୀ ଭାଗିରଥୀ ପାଢୀ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏନେଇ ଏକ ମାମଲା ରୁଜ୍ଜୁ କରିବା ସହିତ ସଂପୃକ୍ତ ପେଟି ଠିକାଦାରଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ଜଣାପଡିଛି ସୋମବାର ଦିନ ସନ୍ଧ୍ୟାରେ ସେମିଲିଗୁଡାର ଠିକାଦାରଙ୍କ ଠାରୁ କାମ ନେଇ କରୁଥିବା ପେଟି ଠିକାଦାର ଅଶୋକ ଜେନା ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ଯନ୍ତ୍ରୀ ଭାଗିରଥି ପାଢୀଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ନାରାୟଣପାଟଣା ବକ୍ସଏଲ ବ୍ରିଜ ଉପରେ ପିଚୁ କାମ ପାଇଁ ଅନୁମତି କାହିଁକି ଦେବୁନାହିଁ ବୋଲି କହିବା ସହିତ ଯନ୍ତ୍ରୀଙ୍କୁ ଠେଲାପେଲା କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ କନିଷ୍ଠ ଯନ୍ତ୍ରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ବିଭାଗୀୟ ପୂର୍ତ୍ତ ବିଭାଗ ଡିଭିଜନ ସୁପେରିଟେଣ୍ଡେଣ୍ଟ ଇଞ୍ଜିନିୟର ସତ୍ୟନାରାୟଣ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲକ୍ଷ୍ମୀପୁର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ଲକ୍ଷ୍ମୀପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ପେଟି ଠିକାଦାରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
Comments are closed.