www.samajalive.in
Monday, December 15, 2025
26.1 C
Bhubaneswar

ଅଦାଲତ ଅବମାନନା ପ୍ରସଙ୍ଗ; ମାମଲା ବନ୍ଦ କରିବାକୁ ରାହୁଲଙ୍କ ନିବେଦନ

ନୂଆଦିଲ୍ଲୀ : ନିଜ ବିରୋଧରେ ଥିବା ଅଦାଲତ ଅବମାନନା ମାମଲା ବନ୍ଦ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ବ୍ୟକ୍ତିଗତ ତଥା ରାଜନୈତିକ ଫାଇଦା ନିମନ୍ତେ ବିଜେପି ଏକ ରାଜନୈତିକ ବିବାଦ ମଧ୍ୟକୁ କୋର୍ଟଙ୍କୁ ଟାଣିବାକୁ ଉଦ୍ୟମ କରୁଛି ବୋଲି ସେ ଦର୍ଶାଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ଦିଆଯାଇଥିବା ଏକ ମନ୍ତବ୍ୟକୁ ନେଇ ଅଦାଲତ ଅବମାନନା ମାମଲା କରିଥିବାରୁ ବିଚାର ବିଭାଗୀୟ ପ୍ରକ୍ରିୟାକୁ ବିଭ୍ରାନ୍ତ କରିଥିବାରୁ ବିଜେପି ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ କୋର୍ଟ ଜୋରିମାନା କରିବା ଉଚିତ ବୋଲି ସେ ଯୁକ୍ତି ବାଢିଛନ୍ତି।
ରାଫେଲ ସମୀକ୍ଷା ଆବେଦନ ଉପରେ ଶୁଣାଣି ବେଳେ ପ୍ରଘଟ ପ୍ରତିରକ୍ଷା ଦସ୍ତାବିଜକୁ ବିଚାରକୁ ନିଆଯିବ ବୋଲି ଏପ୍ରିଲ ୧୦ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ରାହୁଲ କହିଥିଲେ ଏହି ରାୟ ଦ୍ବାରା ଚୌକିଦାର ଚୋର ହୈ ବୋଲି ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ଏହା ଅଦାଲତଙ୍କ ଅବମାନନା ଦର୍ଶାଇ ମିନାକ୍ଷୀ ଆବେଦନ କରିଥିଲେ। ଗତ ସପ୍ତାହରେ ମଧ୍ୟ ରାହୁଲ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ ପୂର୍ବକ ଏକ ସତ୍ୟପାଠ କୋର୍ଟରେ ଦାଖଲ କରିଥିଲେ। ମୋଦୀଙ୍କୁ ସମାଲୋଚନା କରିବା ଲାଗି ଉଦ୍ଦିଷ୍ଟ ଏକ ସ୍ଲୋଗାନ ଦର୍ଶାଇ ସେ ଉକ୍ତ ମନ୍ତବ୍ୟ ଦେଇଛନ୍ତି। କୋର୍ଟଙ୍କ ଅବମାନନା କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ; ବରଂ ତାହା ପ୍ରଚାର ଉନ୍ମାଦନା ମଧ୍ୟରେ ଦିଆଯାଇଥିବା ଏକ ମନ୍ତବ୍ୟ ବୋଲି ସେ ଦର୍ଶାଇଥିଲେ। ରାହୁଲଙ୍କ ସତ୍ୟପାଠ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ସଞ୍ଜୀବ ଖାନ୍ନା ମଙ୍ଗଳବାର ବିଚାର କରିବେ। ବ୍ୟକ୍ତିଗତ ହାଜରରୁ ରାହୁଲଙ୍କୁ ପୀଠ ଆଶ୍ବସ୍ତି ପ୍ରଦାନ କରିଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories