କଲକାତା : ଖେଳାଳିଙ୍କ ଆଚରଣବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ମୁମ୍ବଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ମ୍ୟାଚ ଫି’ରୁ ୧୫ ପ୍ରତିଶତ ଅର୍ଥ କଟାଯାଇଛି। ରବିବାର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ ଘରୋଇ କଲକାତା ନାଇଟ ରାଇଡର୍ସ ୩୪ ରନରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୨୩୩ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଉଥିବାବେଳେ ରୋହିତ ୧୨ ରନ କରିଥିବାବେଳେ ହ୍ୟାରୀ ଗୁର୍ନିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ରୋହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ୟାଭିଲିୟନ ଫେରିବା ପଥରେ ନନ୍ ଷ୍ଟ୍ରାଇକର ପଟରେ ଥିବା ୱିକେଟକୁ ଭାଙ୍ଗିଦେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତି ପ୍ରତିବାଦରେ ରୋହିତ ରିଭ୍ୟୁ ଆବେଦନ କରିଥିଲେ। ତେବେ ପଡିଆ ଅମ୍ପାୟାରଙ୍କ ନିଷ୍ପତ୍ତି ସହ ତୃତୀୟ ଅମ୍ପାୟାର ଏକମତ ହେବାପରେ ରୋହିତଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଇତିପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଏକ ମ୍ୟାଚରେ ମୁମ୍ବଇ ବୋଲର ଧିମା ବୋଲିଂ କରିବା ଫଳରେ ଅଧିନାୟକଭାବେ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇସାରିଛି।
Popular Categories



