www.samajalive.in
Monday, December 8, 2025
13.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ପାରିବାରିକ ଅଶାନ୍ତିର ଅନ୍ତଃ ଘଟିବ। ସେବା ମନୋଭାବ ପ୍ରକଟିତ ହେବ। ଭ୍ରମଣ ବିଳାସୀ ହୋଇପାରନ୍ତି। ସହାନୁଭୂତିଶୀଳ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥପ୍ରାପ୍ତି ଲାଭ କରିବେ।

ବୃଷ: ଆୟରେ ଢ଼େର ଉନ୍ନତି ଘଟିବ। ସର୍ବକୁଶଳ ଆଶାକରାଯାଏ। ମନ ପ୍ରସନ୍ନ ରହିବ। ସମାଜ ସେବୀ ହେବେ। ସରକାରୀ ଅର୍ଥ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତିମାନ୍‌ ହେବେ। ବହୁବିଧ ଧନ ମିଳିବ ।

- Advertisement -

ମିଥୁନ: ବିପଦରୁ ଉଧୁରୀ ଯାଇପାରନ୍ତି। କୌଣସି ଯୁକ୍ତିତର୍କରେ ଭାଗ ନ ନେଇ ମୌନ ରହିପାରନ୍ତି। ବିଳାସ-ବ୍ୟସନର ସୁଯୋଗ ଅଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ।

କର୍କଟ: ଉଚ୍ଚାଭିଳାସୀ ହୋଇପାରନ୍ତି। ଧୈର୍ଯ୍ୟବାନ୍‌ ହେବା ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ସତର୍କ ରହିଲେ ରିଷ୍ଟ ଖଣ୍ଡନ ହେବ।

ସିଂହ: କାର୍ଯ୍ୟ ସମ୍ପାଦନ ପାଇଁ ପରିସ୍ଥିତି ଅନୁକୂଳ ରହିବ। ବନ୍ଧୁ ମିଳନ ଦ୍ବାରା ବିଶେଷ ଉପକୃତ ହେବେ। ଶତ୍ରୁ ପରାଜୟ ବରଣ କରିବ। ସୁଖ-ସମ୍ଭୋଗରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିକାର୍ଯ୍ୟରେ ପତ୍ନୀଙ୍କ ସହଯୋଗ ମିଳିବ।

କନ୍ୟା: ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ। ମନୋବଳ ଦୃଢ଼ ରହିବ। ପାରିବାରିକ ସୁଖ ମିଳିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁବିନାଶ କରିବାରେ ସକ୍ଷମ ହେବେ। ମନ ପ୍ରଫୁଲ୍ଲ ରହିବ। ସୁଖୀ ହେବେ।

ତୁଳା: ସହକର୍ମୀମାନଙ୍କର ନେତୃତ୍ବ ନେଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଧର୍ମ-କର୍ମ ସଂପାଦନ କରିବେ। ହର୍ଷଯୁକ୍ତ ହେବେ। ବିଶୁଦ୍ଧ ଭାଷୀ ହୋଇପାରନ୍ତି। ବହୁଧନର ଅଧିକାରୀ ହେବେ। ଆକସ୍ମିକ ଭାବେ ଅର୍ଥ ମିଳିବ। ବ୍ୟବସାୟରେ ଲାଭ ହେବ।

ବିଛା: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଙ୍କ ସହ ମିଳିତ ହୋଇ ଖୁସି ହୋଇପାରନ୍ତି। ସମ୍ମାନିତ ହୋଇପାରନ୍ତି। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖୀ ହୋଇପାରନ୍ତି।

ଧନୁ: ନିଜର ଜିଦ୍‌ରେ ଅଟଳ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବହୁ ଶୁଭଫଳ ପାଇବାର ସୂଚନା ମିଳୁଛି। ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେବେ। ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ଅର୍ଥ ପ୍ରାପ୍ତ ହେବେ।

ମକର: ଦେବ-ଦେବ ମହାଦେବଙ୍କ ପୂଜାରେ ମନୋନିବେଶ କରିପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିବ। ଭାଗ୍ୟବାନ୍‌ ହୋଇପାରନ୍ତି। ନୀତିନିଷ୍ଠ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ ହେବେ।

କୁମ୍ଭ: କାର୍ଯ୍ୟ ଚାପାରେ ବ୍ୟତିବ୍ୟସ୍ତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଭାଗ୍ୟବାନ୍‌ ହେବେ। ଉଚ୍ଚାଭିଳାଷୀ ହୋଇପାରନ୍ତି। ଅସାଧ୍ୟ ସାଧନ କରି ଆତ୍ମସନ୍ତୋଷ ଲାଭ କରିବେ।

ମୀନ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ; ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମଧୁରଭାଷୀ ହେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories