www.samajalive.in
Friday, December 12, 2025
14.1 C
Bhubaneswar

୫ଜଣିଆ ସାମ୍ବିଧାନିକ ପୀଠରେ ହେବ ଧାରା ୩୭୦ର ଶୁଣାଣି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟ ପୁନର୍ଗଠନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ସାମ୍ବିଧାନିକ ବୈଧତାର ବିଚାର ପାଇଁ ସୁପ୍ରିମକୋର୍ଟ ୫ଜଣିଆ ସାମ୍ବିଧାନିକ ପୀଠ ଗଠନ କରିଛନ୍ତି। ଜଷ୍ଟିସ ଏନଭି ରମଣଙ୍କ ନେତୃତ୍ବରେ ଏହି ସାମ୍ବିଧାନିକ ପୀଠ ଗଠନ କରାଯାଇଛି। ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍ ଏସକେ କୌଲ, ଜଷ୍ଟିସ ଆରଏସ ରେଡ୍ଡି, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ ସୂର୍ୟ୍ୟକାନ୍ତ। ଅକ୍ଟୋବର ୧ରୁ ପୀଠ ମାମଲାର ବିଚାର କରିବେ। ଅଗଷ୍ଟ ୨୮ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କାଶ୍ମୀର ମାମଲାକୁ ସାମ୍ବିଧାନିକ ପୀଠରେ ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଅନେକ ପିଟିସନ ଦାୟର କରାଯାଇଛି।

ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ନ୍ୟାସନାଲ କନଫରେନ୍ସ ସାଂସଦ ମହମ୍ମଦ ଆକବର ଲୋନ ଓ ହାସନୈନ ମାସୁଦି। ଏହା ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ନିଯୁକ୍ତ ପୂର୍ବତନ ମଧ୍ୟସ୍ଥ ରାଧା କୁମାର, ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟ ସଚିବ ହିଣ୍ଡଲ ହାଇଦର ତ୍ୟାବିଜ, ଅବସରପ୍ରାପ୍ତ ଭାଇସ ମାର୍ଶାଲ କପିଲ କାକ, ଅବସରପ୍ରାପ୍ତ ମେଜର ଜେନେରାଲ ଅଶୋକ କୁମାର ମେହତା, ପୂର୍ବତନ ସ୍ବରାଷ୍ଟ ସଚିବ ଜିକେ ପିଲାଇ ପ୍ରମୁଖ କାଶ୍ମୀର ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହିତ ରାଜ୍ୟର ପୁନର୍ଗଠନ ପୂର୍ବକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖ ଗଠନ କରିଛନ୍ତି। ଅକ୍ଟୋବର ୩୧ରେ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories