କଟକ: ଓଡିଶା ଜୁଡିସିଆଲ୍ ଏକାଡେମୀ ପରିସରରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ୟ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୁ ପଣ୍ଡା ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ୩୦ଟି ଜିଲ୍ଲା ମଧ୍ୟରୁ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ବତନ୍ତ୍ର ଟ୍ରଫି, ମାନପତ୍ର ହାସଲ କରିଛି। କଟକ ପାରାଲିଗାଲ ସ୍ବେଚ୍ଛାସେବୀ ବିଭୁତି ଭୂଷଣ ରାୟ ଶ୍ରେଷ୍ଠ ପିଏଲଭି ଭାବେ ଓ କେନ୍ଦୁଝରର ତାରିଣୀ ପ୍ରସାଦ ପୋଥାଳ ଶ୍ରେଷ୍ଠ ପ୍ୟାନେଲ ଲୟର ଭାବେ ପୁରସ୍କୃତ ହୋଇଛନ୍ତି।
ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଜଷ୍ଟିସ ବି.ଆର ଷଡ଼ଙ୍ଗୀ, ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ଶତୃଘ୍ନ ପୂଜାହାରୀ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ପ୍ରମଥ ପଟ୍ଟନାୟକ, ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ର, ଆଇନ ବିଭାଗ ସଚିବ ଶଶୀକାନ୍ତ ମିଶ୍ର, ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।



