www.samajalive.in
Saturday, December 6, 2025
16.1 C
Bhubaneswar

ବିଶୃଙ୍ଖଳା ସୃଷ୍ଟି କରିଥିବା କନଷ୍ଟେବଳ ନିଲମ୍ବିତ

ଗୁଣପୁର : ରାୟଗଡା ଜିଲ୍ଲା ଭାମିନି ସ୍ଥିତ ୨ୟ ଆଇଆରବିଏନ ଶିବିରରେ ଗତ ଗୁରୁବାର ଦିନ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ଜଣେ କନଷ୍ଟେବଳଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି। ଦୁର୍ଗପତି ଦିଲ୍ଲୀପ କୁମାର ମହାପାତ୍ର କନଷ୍ଟେବଳ ଜଣକୁ ନିଲମ୍ବନ କରିଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କ୍ଷୀରୋଦ ବାଗ ନାମକ କନଷ୍ଟେବଳ ଗତ ଗୁରୁବାର ଦିନ ସେଣ୍ଟ୍ରି ଡ୍ୟୁଟିରେ ଥିବା ବେଳେ ପ୍ରଚୁର ମଦ୍ୟପାନ କରି ଶିବିର ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଅନ୍ୟ କର୍ମଚାରୀଙ୍କ ସମେତ ଉଚ୍ଚ ଅଧିକାରୀଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏପରିକି ଅଫିସ ଗାଡିକୁ ମଧ୍ୟ ପଥର ମାଡ଼ କରି ଭାଙ୍ଗି ଦେଇଥିଲେ। ଏନେଇ ଦୁର୍ଗପତି ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ଗୁଣପୁର ଥାନାରେ ମାମଲା ରୁଜୁ କରିଥିଲେ। ଏତଲାକୁ ଭିତି କରି ଗତ କାଲି ଏସଡିପିଓ ଅଜୟ କୁମାର ବାରିକ ଭାମିନି ଗ୍ରସ୍ତ କରି ସମସ୍ତ ଘଟଣାର ତଦନ୍ତ କରି ଥିଲେ। ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ବିଭାଗରେ ଏଭଳି ବିଶୃଙ୍ଖଳା ଦେଖାଦେବା ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟ ପଟେ ନିଲମ୍ବିତ କନଷ୍ଟେବଳଙ୍କ ପକ୍ଷରୁ ମଧ୍ୟ ଦୁର୍ଗପତି ଶ୍ରୀ ମହାପାତ୍ରଙ୍କ ବିରୋଧରେ ଗୁଣପୁର ଥାନାରେ ଅନୁରୂପ ଭାବେ ଏତଲା ଦାୟର କରିଥିଲେ। ସାମଗ୍ରିକ ଘଟଣା ବର୍ତମାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ଉକ୍ତ ଘଟଣାରେ ଆଉ କିଏ ସମ୍ପୃକ୍ତ ତାହା ମଧ୍ୟ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଥାଉକି ଘଟଣା ଦିନ କନେଷ୍ଟବଳ କ୍ଷୀରୋଦ ବାଗଙ୍କୁ ଗୁଣପୁର ଠାରେ ମଧ୍ୟ ମାଦକ ଦ୍ରବ୍ୟ ପରୀକ୍ଷଣ ଯନ୍ତ୍ରକୁ ମଧ୍ୟ ଭାଙ୍ଗି ଦେଇଥିବା ପୋଲିସ କହିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories