www.samajalive.in
Saturday, December 6, 2025
26.1 C
Bhubaneswar

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଲୋଗୋ ଓ ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ଲିଖନ ପ୍ରତିଯୋଗିତା

ରାଉରକେଲା, : ସ୍ମାର୍ଟ ସିଟି ହିସାବରେ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲା ମହାନଗରକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ ଉପଯୋଗୀ ସହରରେ ପରିଣତ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କାର୍ଯ୍ୟକ୍ରମ ସହ ଲୋକଙ୍କୁ ଯୋଡ଼ିବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଲୋଗୋ ଡିଜାଇନ୍, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ଲିଖନ ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ଏହି ସର୍ଜନାତ୍ମକ ପ୍ରତିଯୋଗିତାର ଥିମ୍ ରହିଛି ‘ରାଉରକେଲା ଆଜ୍ ୟଙ୍ଗ ଚିଲଡ୍ରେନ ଆଣ୍ଡ୍ କେୟାର ଗିଭରସ୍ ଫ୍ରେଣ୍ଡଲି ସିଟି’। ଯେ କୌଣସି ବୟସ ଓ ବର୍ଗର ବ୍ୟକ୍ତି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଜଣେ ଚାହିଁଲେ ଏକାଧିକ ବିଭାଗରେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତା ପାଇଁ ଲୋଗୋ, ପୋଷ୍ଟର ଡିଜାଇନ୍ ବା ଜିଙ୍ଗଲ ରଚନା କରି ପଠାଇବାର ଶେଷ ତାରିଖ ହେଉଛି ଜୁନ୍ ୨୧। ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ବିବେଚିତ କୃତୀ ପାଇଁ ବିଜେତାଙ୍କୁ ୩ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

- Advertisement -

ସ୍ମାର୍ଟ ସିଟି ରାଉରକେଲାର ବିକାଶରେ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତା ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି। ତେଣୁ ରାଉରକେଲାବାସୀଙ୍କ ମଧ୍ୟରେ ଥିବା ପ୍ରତିଭାର ଉପଯୋଗ କରି ଏହି ତିନୋଟି ସର୍ଜନାତ୍ମକ କାର୍ଯ୍ୟ କରିବାକୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ ଲୋଗୋ ଓ ପୋଷ୍ଟର ତଥା ଜିଙ୍ଗଲ (ଲେଖା)ର ସଫ୍ଟ କପି nncrourkela@gmail.com ମେଲ୍ ଆଇଡିରେ ପଠାଇବାକୁ ରାଉରକେଲା ସ୍ମାର୍ଟ ସିଟି ପଠାଇବାକୁ ଅନୁରୋଧ କରାଯାଇଛି। ଏହି ପ୍ରତିଯୋଗିତା ସମ୍ପର୍କରେ ରାଉରକେଲା ମହାନଗର ନିଗମର ୱେବ ସାଇଟ (www.rmc.nic.in)ରୁ ଅଧିକ ତଥ୍ୟ ମିଳି ପାରିବ ବୋଲି କୁହାଯାଇଛି l

ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ସହ ମାନସିକ ବିକାଶର ସଠିକ୍ ସମୟ ହେଉଛି ଶୈଶବ। ଏହି ସମୟରେ ହିଁ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୂଳଦୁଆ ପଡ଼ିଥାଏ। ତେଣୁ ଏଥିରେ ଆମ ସହରର ପରିବେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏହାକୁ ଦୃଷ୍ଟିରେ ରଖି ଏବେ ଆମ ସହର ପରିବେଶ କିପରି ବାସ୍ତବରେ ଶିଶୁ-ଅନୁକୂଳ ହୋଇପାରିବ ସେଥିପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି।

ଦେଶର ଆଧୁନିକ ସହରଗୁଡ଼ିକୁ ପିଲାଙ୍କ ପାଇଁ ଅନୁକୂଳ ଓ ଆନନ୍ଦମୟ କରିବାକୁ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ଲିର୍ ଫାଉଣ୍ଡେସନ ଏବଂ ଓ୍ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି ଦିଗରେ ସଫଳତାର ସହ କାମ କରୁଥିବା ରାଉରକେଲା ସ୍ମାର୍ଟ ସିଟି ଦେଶରେ ୨୫ଟି ପ୍ରମୁଖ ସହର ମଧ୍ୟରେ କିଛିଦିନ ତଳେ ସ୍ଥାନ ପାଇଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories