www.samajalive.in
Sunday, December 7, 2025
13.1 C
Bhubaneswar

ବାଙ୍କୀ: ଜିଲ୍ଲାପରିଷଦ ଜୋନ୍‍ ୩୭ରେ କଂଗ୍ରେସର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

ବାଙ୍କୀ: ଫେବୃଆରୀ ୨୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକର ୩୭ ନମ୍ବର ଓ ୩୮ ନମ୍ବର ଜୋନରେ ଅନୁଷ୍ଠିତ ହେବ। ୨୬୨ ମତଦାନ କେନ୍ଦ୍ରରେ ୭୬,୬୭୩ଜଣ ଭୋଟର ନିଜର ମତଦାନ କରି ନିର୍ଣ୍ଣାୟକ ପ୍ରାର୍ଥୀ ଚୟନ କରିବେ। ଏହି ପରିପ୍ରେକ୍ଷୀରେ ୩୭ ନମ୍ବର ଜିଲ୍ଲାପରିଷଦ ଜୋନର କଂଗ୍ରେସ ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ କୁନି ପ୍ରଧାନଙ୍କୁ ବିଜୟୀ କରିବା ଏବଂ ଏହି ଜୋନ୍‍ ଅନ୍ତର୍ଗତ ପଞ୍ଚାୟତର ସମର୍ଥିତ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ନିର୍ବାଚନରେ ଜିତାଇବା ପାଇଁ କଂଗ୍ରେସ ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ଶୋଭା ଯାତ୍ରାରେ ଭୋଟ୍‍ ଭିକ୍ଷା କରାଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଏବଂ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏକ ଖୋଲା ଜିପରେ ଶତାଧିକ ମୋଟର ସାଇକେଲ ଯାତ୍ରାରେ ଶିମିଳିପୁର ପଞ୍ଚାୟତର କରବରଠାରୁ ନରଗାଙ୍ଗ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଚାର ଓ ଭୋଟ୍‍ ଭିକ୍ଷା କରିଛନ୍ତି। ଶିମିଳିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାବୁଲି ଦଳେଇ ଓ ସମିତିସଭ୍ୟ ପ୍ରାର୍ଥିନୀ ଭାନୁମତୀ ନାୟକ ଏହି ଶୋଭାଯାତ୍ରାରେ ନିଜ ପାଇଁ ଭୋଟ୍‍ ଭିକ୍ଷା କରିଛନ୍ତି। ସେହିପରି ପ୍ରଚାର କାର୍ଯ୍ୟ ହରିରାଜପୁର, ବିଲିପଡା, ଗୋପାଳପୁର, ଢଁସର, ତୁଳସୀପୁର, ନରଗାଙ୍ଗ, ରଗଡି ଓ ଦୁର୍ଗାପୁର ପଞ୍ଚାୟତରେ କଂଗ୍ରେସ ଦଳର ଏହି ବିଶାଳ ଶୋଭାଯାତ୍ରା ପରିକ୍ରମା କରି ଗାଁ ଗାଁରେ ପୂର୍ବତନ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍‍ ଭିକ୍ଷା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories