www.samajalive.in
Friday, December 5, 2025
17.1 C
Bhubaneswar

ଚାଷୀଙ୍କୁ ପ୍ରତାରଣା କଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର : ସରକାର ଆଉ ପ୍ରତାରିତ ନ କରି ଅବିଳମ୍ବେ ରାଇଘର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ବାବଦରେ ୪ କୋଟି ଟଙ୍କା ପ୍ରଦାନ ଓ ଗଞ୍ଜାମ ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ଫସଲ ବୀମା ତଥା ଇନପୁଟ୍ ସହାୟତା ପ୍ରଦାନ କରନ୍ତୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି।
ମଙ୍ଗଳବାର ଶ୍ରୀ ଦାସ ଅନୁଗୋଳ, ଗଞ୍ଜାମ, ନବରଙ୍ଗପୁର, ଯାଜପୁର ଜିଲାର ଚାଷୀ ନେତାମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ, ସରକାର ଚାଷୀମାନଙ୍କ ସହ ଖେଳୁଛନ୍ତି। ଧାନ କିଣା ବାବଦରେ ରାଇଘର ବ୍ଳକ୍‌ର ୩୪୪ ଚାଷୀଙ୍କୁ ୪ ମାସ ହେଲା ୪ କୋଟି ଟଙ୍କା ଦେଉନାହାନ୍ତି। ଗଞ୍ଜାମ ଜିଲାର ୧ ଲକ୍ଷରୁ ଅଧିକ ଚାଷୀ ବୀମା ପ୍ରିମିୟମ୍ ଦେଇ ମଧ୍ୟ କ୍ଷତିପୂରଣ ପାଇ ନାହାନ୍ତି। ଅନୁଗୋଳ ଓ ଦେବଗଡ଼ ଜିଲାରେ ହାତୀ ଉପଦ୍ରବ ପାଇଁ ଚାଷୀ ଦୁର୍ଦଶା ଭୋଗୁଛନ୍ତି। କିନ୍ତୁ ସରକାରଙ୍କର ଏଥି ପ୍ରତି ଭୃକ୍ଷେପ ନାହିଁ। ଆଉ ବିଳମ୍ବ ନ କରି ସରକାର ତୁରନ୍ତ ସହାୟତା ଦିଅନ୍ତୁ ବୋଲି ଶ୍ରୀ ଦାସ ଦାବି କରିଥିଲେ। ଏହି ଅବସରରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଓ ୪ ଜିଲାର କୃଷକନେତାମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories