www.samajalive.in
Saturday, December 6, 2025
15.1 C
Bhubaneswar

କଂଗ୍ରେସ ଏବେ ଭାଇ-ଭଉଣୀ ଦଳ! ନା ଜାତୀୟ, ନା ଭାରତୀୟ ନା ଗଣତାନ୍ତ୍ରିକ – ଜେପି ନଡ୍ଡା

ଡେସ୍କ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବଂଶାନୁକ୍ରମିକ ରାଜନୀତି ପାଇଁ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ଦଳ ନା ଜାତୀୟ ନା ଭାରତୀୟ ନା ଗଣତାନ୍ତ୍ରିକ’।

ଦିଲ୍ଲୀରେ ଆୟୋଜିତ ଏକ କର୍ମଶାଳାରେ ଶ୍ରୀ ନଡ୍ଡା କହିଛନ୍ତି ଯେ କଂଗ୍ରେସ ଆଉ ଜାତୀୟ ଦଳ ନୁହେଁ କିମ୍ବା ଏହା ଭାରତୀୟ ତଥା ଗଣତାନ୍ତ୍ରିକ ଦଳ ନୁହେଁ। ବଂଶାନୁକ୍ରମିକ ରାଜନୀତି କରି କଂଗ୍ରେସ ଏବେ ଭାଇ-ଭଉଣୀ ଦଳରେ ପରିଣତ ହୋଇଛି। ସେ କହିଛନ୍ତି, ଆଞ୍ଚଳିକ ଦଳଗୁଡିକର କୌଣସି ଆଦର୍ଶ ନାହିଁ, କେବଳ କ୍ଷମତା ହାସଲ ହେଉଛି ଆଦର୍ଶ। ପ୍ରାରମ୍ଭରେ ସେମାନେ ଆଦର୍ଶ କଥା କହନ୍ତି କିନ୍ତୁ କ୍ଷମତାକୁ ଆସିବା ପରେ ଆଦର୍ଶ ଠାରୁ ଦୁରେଇ ଯାଆନ୍ତି ଏବଂ ଦଳ ବଂଶବାଦ ରାଜନୀତିରେ ପରିଣତ ହୁଏ।

- Advertisement -

ବିଜେପି ରାଷ୍ଟ୍ରୀୟ ସଭାପତି କହିଛନ୍ତି, ବିଜେପି ହେଉଛି ଏକମାତ୍ର ଦଳ ଯାହା ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ବଜାୟ ରଖିବାରେ ସକ୍ଷମ। ଏହି ପ୍ରସଙ୍ଗରେ କହିବା ପାଇଁ ଆମର ଏକ ନୈତିକ ଅଧିକାର ଅଛି। ଆପଣମାନେ କ୍ଷମତାକୁ ଆସିବା ପାଇଁ ସଠିକ୍ ବ୍ୟକ୍ତିଙ୍କୁ ଭୋଟ୍ ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ କେଉଁ ରାଜନୈତିକ ଦଳ ସୁସ୍ଥ ଗଣତନ୍ତ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନେବାକୁ ସମର୍ଥ? ଆମର ଗଣତନ୍ତ୍ର ଏବେ କେଉଁଠାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories