www.samajalive.in
Monday, December 15, 2025
15.1 C
Bhubaneswar

ରାଜ୍ୟର ସଂପତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମରୁ ରାଜ୍ୟ ବିଦ୍ୟୁତ୍‍ ନିୟାମକ ଆୟୋଗ ବିରତ ରୁହନ୍ତୁ – ପ୍ରଦୀପ ମାଝୀ

 

ଭୁବନେଶ୍ୱର: ରାଜ୍ୟରେ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ ଉଲ୍ଲଘନ କରି ସେସୁ, ସାଉଥ୍‍କୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା ଉଠାଇଛନ୍ତି। ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

- Advertisement -

ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଏହା ପୁଞ୍ଜିବାଦରେ ମଧ୍ୟ ଗୋଟିଏ ଏକଛତ୍ରବାଦ। ବିଦ୍ୟୁତ୍‍ ନିୟମ ୨୦୦୩ ର ଧାରା ୨୦ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରୀ କରିପାରିବ ନାହିଁ। ସେହିଭଳି ବିଦ୍ୟୁତ୍‍ ନିୟମ ଧାରା ୬୦ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘରୋଇ ସଂସ୍ଥା ସମସ୍ତ ବିଦ୍ୟୁତ୍‍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ। ତେଣୁ ଏଥିରେ ବେନିୟମ ଭାବରେ ଗଫଲତି ହୋଇଥିବାର ସ୍ପଷ୍ଟ ଅନୁମେୟ ହେଉଛି। ଏହି ବିକ୍ରୀ ସମୟରେ ପୂର୍ବରୁ କର୍ମଚାରୀମାନଙ୍କର ଥିବା ୧୦ ପ୍ରତିଶତ ଅଂଶଧନକୁ ମଧ୍ୟ ବେନିୟମ ଭାବରେ ରଦ୍ଦ କରାଯାଇଛି। ଏହି କାର୍ଯ୍ୟରେ ରାଜ୍ୟ ସରକାର ମଧ୍ୟ ଓ.ଇ.ଆର.ସି.କୁ ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନୀମାନଙ୍କ ପାଇଁ ପଥ ପରିଷ୍କାର କରି ଦେଇଛନ୍ତି। ଏପରିକି ବର୍ତମାନ ଟାଟା କମ୍ପାନୀକୁ ଲାଇସେନ୍ସ ଦେଇ ସରକାର ଓ ଓ.ଇ.ଆର.ସି. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏହି ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।

ଦେଶ ବର୍ତମାନ କୋଭିଡ୍‍ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ନିୟାମକ ଆୟୋଗ ଖୁବ୍‍ ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ୱାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ। ଏ ସଂପର୍କରେ ଅନ୍ୟମାନଙ୍କ ପରାମର୍ଶକୁ ବେଖାତିର କରି ଟାଟା କମ୍ପାନୀ ପ୍ରତି ଦରଦ ଦେଖାଇବା ଉଦ୍ଦେଶ୍ୟ ପ୍ରଣୋଦିତ। ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟାକୁ ଖୁବ୍‍ଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂତନ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି ଓ ଆଇନ୍‍ଜୀବୀ ଆକାଶ ଭୂୟାଁ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories