www.samajalive.in
Saturday, December 6, 2025
14.1 C
Bhubaneswar

 ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ କେବଳ ମହିଳା । ପ୍ରାୟ ୨୦ ହଜାର ମହିଳା ଏକତ୍ରିତ ହୋଇ ବିଧାନସଭା ସମ୍ମୁଖରେ ନିଜର ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ । ଏଥିରେ କୌଣସି ପୁରୁଷ ଯୋଗ ଦେବେ ନାହିଁ କେବଳ ମହିଳାମାନେ ଏହାର ନେତୃତ୍ୱ ନେବେ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ନାରୀ ସୁରକ୍ଷା ପ୍ରସଙ୍ଗରେ ଲଢେଇ କରି ଆସୁଥିବା କଂଗ୍ରେସ ତା’ର ଆଭିମୁଖେ ଆହୁରି ସ୍ପଷ୍ଟ ଓ ଶାଣିତ କରିବ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ଭକ୍ତ । ଯଦି ସରକାର ଏହି ସମସ୍ୟାର ସମାଧାନ ନ କରନ୍ତି, ଏହି ଲଢେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସେ କହିଛନ୍ତି ।
ରାଜ୍ୟରେ ବନ୍ୟା କାରଣରୁ ପ୍ରଭାବିତ ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ନାରୀମାନଙ୍କୁ ନେଇ ଆଗାମୀ ଦିନରେ ରଣନୀତି କ’ଣ ରହିବ, ଗଣମାଧ୍ୟମରେ କରାଯାଇଥିବା ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

ଦେଖନ୍ତୁ ଭିଡିଓ ; ନଳା ପାଣିରେ ଶାଗ ଧୋଇଲେ ଦୋକାନୀ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories