www.samajalive.in
Monday, December 15, 2025
14.1 C
Bhubaneswar

ପ୍ରଦୀପ କଂଗ୍ରେସ ଛାଡିବା ପରେ ଦଳର ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର :  କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳ ଛାଡିବା ପରେ ପ୍ରଥମ ଥର ପାଇଁ ତାଙ୍କ ଗଡ ନବରଙ୍ଗପୁରରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ ଦଳ। ନବରଙ୍ଗପୁରର ଜଟାବାଲ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀଙ୍କ ନେଇ ମହାସମାବେଶ କରିଛି ଦଳ। ଏଥିରେ ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ସହ ତୁଙ୍ଗ ନେତା ମାନେ ଯୋଗ ଦେଇ ପ୍ରଦୀପ ମାଝୀଙ୍କୁ ଦୃଢ ସମାଲୋଚନା କରିବା ସହ କଂଗ୍ରେସ ଆଗାମୀ ଦିନରେ ଏଠାରେ ବିଜୟର ବାନା ଉଡାଇବ ବୋଲି କହିଥିଲେ। ସେହିପରି ରାଜ୍ୟ ପ୍ରଭାରୀ ଦରଦାମ ବୃଦ୍ଧି ଓ ରାଜ୍ୟରେ ବିପର୍ଯ୍ୟୟ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।
ଅସୁସ୍ଥତା ଯୋଗୁଁ ପିସିସି ସଭାପତି ଏଥିରେ ଯୋଗ ଦେଇ ନଥିବା ବେଳେ ପ୍ରଭାରୀ ଚେଲା କୁମାରଙ୍କ ସହ ଦୁଇ ଜଣ ଏଆଇସିସି ସଂପାଦକଙ୍କ ସହ ରାଜ୍ୟ କଂଗ୍ରେସର ତୁଙ୍ଗ ନେତା ମାନେ ଯୋଗ ଦେଇଥିଲେ । ରାଜ୍ୟ ପ୍ରଭାରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ତାରା ବାହିନୀପତି ସମସ୍ତେ ପ୍ରଦୀପ ମାଝୀଙ୍କୁ ଦୃଢ ସମାଲୋଚନା କରିଥିଲେ। କଂଗ୍ରେସ ଦଳ ଏକ ବିଶାଳ ସମୁଦ୍ର । ଦଳ କେହି ଛାଡିଲେ ଏହାର କୌଣସି ପ୍ରକାର ପ୍ରଭାବ ଦଳ ଉପରେ ପଡିବ ନାହିଁ  ବୋଲି କଂଗ୍ରେସ ନେତା ମାନେ କହିଥିଲେ। ପ୍ରଦୀପ ମାଝୀଙ୍କ ପରି ଶହେ ନେତା ତିଆରି କରିବେ ବୋଲି ତାରା କହିଥିବା ବେଳେ ପ୍ରଭାରୀ ଚେଲା କୁମାର କହିଥିଲେ ସେ ଭୁବନେଶ୍ୱରରେ ସେ ଅସନ୍ତୁଷ୍ଟ ନେତାଙ୍କୁ ଦଳ ଛାଡିବା କହିଥିଲେ। ଫଳ ସ୍ବରୂପ ପ୍ରଦୀପ ମାଝୀଙ୍କ ପରି ନେତା ଦଳ ଛାଡିଥିବା ଚେଲା କୁମାର କହିଥିଲେ। ଆଗାମୀ ଦିନରେ ବ୍ଳକ ଓ ପଂଚାୟତ ସ୍ତରରେ ଦଳର ସଂଗଠନକୁ ମଜୁଭୁତ କରାଯିବ ବୋଲି ପ୍ରଭାରୀଙ୍କ ସହ ଅନ୍ୟ ଉପସ୍ଥିତ ନେତା ମାନେ କହିଥିଲେ । ରବିବାର କଂଗ୍ରେସ ପ୍ରଭାରୀ ଙ୍କ ସହ କଂଗ୍ରେସ ନେତାମାନେ ଜୟପୁରରେ ପହଞ୍ଚିବା ପରେ ସମସ୍ତଙ୍କୁ ଜୟପୁରରୁ କୁମୁଲିପୁଟ ପର୍ଯ୍ୟନ୍ତ  ବିଶାଳ ରୋଡ ସୋ କରି ପ୍ରଭାବ ଜାହିର କରିଥିଲେ ।
ଏହି ସମାବେଶରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଉଭୟ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୃଢ ସମାଲୋଚନା କରିଥିଲେ। ଦରଦାମ ବୃଦ୍ଧି, କୃଷକମାନଙ୍କ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ନେତାମାନେ ବର୍ଷିଥିବା ବେଳେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦୃଢ ସମାଲୋଚନା କରିଥିଲେ। ବିଜେପି ବିଜେଡି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ।ତେଣୁ ଆଗାମୀ ନିର୍ବାଚନରେ ଏମାନଙ୍କୁ ମୁଳ ପୋଛ କରାଯିବ ଓ ଏଥିପାଇଁ କଂଗ୍ରେସ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପ୍ରଭାରୀ କହିଥିଲେ। କଂଗ୍ରେସ ଅମଳରେ ହିଁ ଆଦିବାସୀ ଓ ପଛୁଆ ଜାତି କମିଶନ ସହ ବ୍ୟାଙ୍କର ଜାତିୟକରଣ, ଗୋତି ଶ୍ରମିକ ଉଛେଦ ପରି ଆଇନ ଆଣି ସାଧାରଣ ଲୋକଙ୍କୁ କଂଗ୍ରେସ ନିଜ ଅଧିକାର ଦେଇଥିଲା ବୋଲି ଚେଲା କୁମାର କହିଥିଲେ। ମମିତା ମେହେର ହତ୍ୟା କାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ଦୃଢ ସମାଲୋଚନା କରିବା ସହ କାର୍ଯାନୁଷ୍ଠାନ ନନେଲେ ମୁଖ୍ୟମନ୍ତ୍ରୀ ବି ଏଥିପାଇଁ ଦାୟୀ ରହିବେ ବୋଲି ନରସିଂହ ମିଶ୍ର କହିଥିଲେ।
ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ ହେଁ ଦଳର ଶକ୍ତି ପ୍ରଦର୍ଶନ ମୂଳ ଲକ୍ଷ ଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories