www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ; ମୋଦୀ, ଶାହାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଦୁଇଜଣଙ୍କ ବିରୋଧରେ ନିର୍ବାଚନ କମିସନ (ଇସି) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଦର୍ଶାଇ ସର୍ବ ଭାରତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ତଥା ସିଲଚର ସାଂସଦ ସୁସ୍ମିତା ଦେବ କରିଥିବା ଏହି ଆବେଦନ ଉପରେ ମଙ୍ଗଳବାର ଶୁଣାଣି କରିବା ଲାଗି ସର୍ବୋଚ୍ଚ ଅଦାଲତ ସହମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ତୁରନ୍ତ ଶୁଣାଣି ନିମନ୍ତେ ଆବେଦନଟିକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପୀଠରେ ଉପସ୍ଥାପନ କରିଥିଲେ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ଏକାଧିକ ଆବେଦନ ହୋଇଥିଲେ ମଧ୍ୟ ସେସବୁ ଇସିଙ୍କ ନିକଟରେ ପଡି ରହିଛି ବୋଲି ସିଙ୍ଘଭୀ ଯୁକ୍ତି ଦର୍ଶାଇଥିଲେ। ଏଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଇସିଙ୍କୁ ନିର୍ଦେଶ ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ମାତ୍ର ମାମଲା ଉପସ୍ଥାପନ ବେଳେ ସିଙ୍ଘଭୀ ମୋଦୀ ଓ ଶାହାଙ୍କ ନାମ ନେଉ ନ ଥିବାରୁ ପ୍ରଧାନ ବିଚାରପତି ତାଙ୍କୁ ଏହାର କାରଣ ପଚାରିଥିଲେ। ତାଙ୍କ ପୀଠରେ ପୂର୍ବରୁ ଉପସ୍ଥାପିତ ମାମଲା ଗୁଡିକର ଶୁଣାଣି ପରେ ଏହାକୁ ବିଚାରକୁ ନେବେ ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଗୋଗଇ ସିଙ୍ଘଭୀଙ୍କୁ ଅପେକ୍ଷା କରିବାକୁ କହିଥିଲେ। ପୁନଃ ଆବେଦନର ପାଳି ପଡିବାରୁ ମଙ୍ଗଳବାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଥିଲେ। ସିଙ୍ଘଭୀ ତାଙ୍କ ଯୁକ୍ତିରେ ମହୁଆ ମୈତ୍ର ମାମଲାର ଉଦାହାରଣ ଉପସ୍ଥାପନ କରିଥିଲେ। ସେ କହିଥିଲେ ମୈତ୍ରଙ୍କ ବିରୋଧରେ ବିଜେପିର ଜଣେ କ୍ଷେତ୍ରୀୟ ନେତା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଇସିଙ୍କୁ ନିର୍ଦେଶ ଦେଇଥିଲେ। ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧୀୟ ଏହି ମାମଲା ୪ ସପ୍ତାହ ହେବ ପଡି ରହିଥିବା ସେ ଦର୍ଶାଇଥିଲେ।
ଉଲ୍ଲେଖ ଯେ ନିର୍ବାଚନ ପ୍ରଚାର ବେଳେ ମୋଦୀ ତାଙ୍କ ବକ୍ତବ୍ୟରେ ବାରମ୍ବାର ସଶସ୍ତ୍ର ବାହିନୀ କଥା ଉଠାଇବା ସହିତ ଉତ୍ତେଜକ ଭାଷଣ ଦେଇଥିବା ସମ୍ବନ୍ଧରେ ଉକ୍ତ ଆବେଦନରେ ଉଲ୍ଲେଖ ରହିଛି। ଏଥିନେଇ କଂଗ୍ରେସ ପକ୍ଷରୁ ଇସିଙ୍କ ନିକଟରେ ୪୦ଟି ଆବେଦନ କରିଛି। କିନ୍ତୁ ଇସି ଏହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ମୋଦୀ ମତଦାନ ଦିନ ନିର୍ବାଚନୀ ରାଲି କରିବା ନେଇ ମଧ୍ୟ ଏକ ଆବେଦନ ହୋଇଛି। ଏହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଇସି ଏହାର ସାମ୍ବିଧାନିକ ଦାୟିତ୍ବରେ ଅବହେଳା କରିଥିବା ଦର୍ଶାଯାଇଛି। ମୋଦୀ ଓ ଶାହା କ୍ରମାଗତ ଭାବେ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି; କିନ୍ତୁ ଇସି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଆଇନଜୀବୀ ସୁନୀଲ ଫର୍ଣ୍ଣାଣ୍ଡିଜ ତାଙ୍କର ଏକ ଆବେଦନରେ ଦର୍ଶାଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories