www.samajalive.in
Saturday, December 6, 2025
23.1 C
Bhubaneswar

୨୨ରେ ଇଡି ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ୨୨ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରବିବାର କଂଗ୍ରେସ ଭବନରେ କାର୍ଯ୍ୟକ୍ରମର ସଂଯୋଜକ ତଥା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସମସ୍ତ ଜିଲା କଂଗ୍ରେସ କମିଟି ସଭାପତି ଓ ପିସିସିର ସମସ୍ତ ଛାମୁଆ ସଙ୍ଗଠନ ଏବଂ ଅନ୍ୟାନ ସାମ୍ମୁଖ୍ୟ ପୂର୍ବତନ କର୍ମକର୍ତ୍ତାଙ୍କୁ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପରେ ଶ୍ରୀ ମୋକିମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେଉଁପରି ଭାବେ ଲଢ଼େଇ ଜାରି ରଖିଛନ୍ତି ସେହି ଲଢ଼େଇକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲାରୁ ନେତୃବୃନ୍ଦ, କର୍ମକର୍ତ୍ତା ଯୋଗଦେବେ। ଏଥିପାଇଁ ସମସ୍ତ ବରିଷ୍ଠ ନେତା, ଜିଲା ସଭାପତି ଓ ଅନ୍ୟ ସମସ୍ତ ଛାମୁଆ ସଙ୍ଗଠନ ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନିଆଯାଇଛି। ପିସିସି ଷ୍ଟିୟରିଂ କମିଟିର ସଦସ୍ୟ ବୃନ୍ଦ, ସମସ୍ତ ପୂର୍ବତନ ପିସିସି ସଭାପତି ଏବଂ କର୍ମକର୍ତ୍ତାଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ଅନ୍ୟପଟେ ରାଜ୍ୟରେ ବିଜେପି ସରକାରକୁ ଦୁଇମାସ ବିତିଥିଲେ ମଧ୍ୟ ଠିକ ଭାବେ ସରକାର ଚାଲିନାହିଁ ବୋଲି ସେ କହିଛନ୍ତି। ବୈଠକରେ ଷ୍ଟିୟରିଂ କମିଟି ସଦସ୍ୟ ଜୟଦେବ ଜେନା, ବିଧାୟକ ଦଳର ଉପନେତା ଅଶୋକ ଦାସ, ଅନନ୍ତ ପ୍ରସାଦ ସେଠୀ, ଡ. ବିଶ୍ୱରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ। କଂଗ୍ରେସ ନେତା ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories