www.samajalive.in
Saturday, December 6, 2025
26.1 C
Bhubaneswar

ନକଲି ଚାବିରେ ଥାନାରୁ ବାଇକ୍ ଚୋରି

ଖଣ୍ଡଗିରି : ପାତ୍ରପଡ଼ାସ୍ଥିତ ଟ୍ରାଫିକ ଥାନା-୨ରୁ ନିଜ ଜବତ ମୋଟରସାଇକଲ ଚୋରି ଅଭିଯୋଗରେ ରବିବାର ଭରତପୁର ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜୟଦେବ ବିହାର ଏଚ୍‌ଆଇଜି-୪୬ରେ ରହୁଥିବା ଗଞ୍ଜାମ ଜିଲା ବିଦ୍ୟାନାଥପୁର ଥାନା ଅଶୋକ ନଗର ଲେନ୍‌ ୩ର ଓମକାର ମହାନ୍ତି। ଶନିବାର ରାତିରେ ନିଶାପାନ କରି ଦ୍ରୁତ ଗତିରେ ଆସୁଥିବାବେଳେ ଟ୍ରାଫିକ ଥାନା-୨ର କର୍ମଚାରୀମାନେ କେୟାର ହସ୍ପିଟାଲ ଛକ ନିକଟରେ ଓମକାରଙ୍କୁ ଅଟକାଇ ବାଇକ ଜବତ କରିଥିଲେ। ରବିବାର ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କୁ ଧରି ଟ୍ରାଫିକ ଥାନାକୁ ପିଆର୍‌ ନମ୍ବର ପାଇଁ ଯାଇଥିଲେ। ସେହି ସମୟରେ ସାଙ୍ଗରେ ଆଣିଥିବା ଏକ ଡୁପ୍ଳିକେଟ ଚାବି ସହାୟତାରେ ନିଜ ମୋଟରସାଇକଲକୁ ଥାନା ପରିସରରୁ ଚୋରି କରି ନେଇଥିଲା। ଟ୍ରାଫିକ ଥାନାର ଅଭିଯୋଗ କ୍ରମେ ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ମୋଟରସାଇକଲକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories