BJD Bijuli 480×75 Mob

ରେଙ୍ଗାଲିରେ କଂଗ୍ରେସର ପ୍ରସ୍ତୁତି ବୈଠକ

BJD Bijuli 480×75 Mob
ରେଙ୍ଗାଲି : ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରେଙ୍ଗାଲି ସ୍ଥିତ ହରିହର ଧର୍ମଶାଳାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ  ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ଚତୁର୍ଭୁଜ ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଯୋଗଦେଇ ରେଙ୍ଗାଲି ସମେତ ଧନକଉଡ଼ା, ମାନେଶ୍ୱର ଆଦି ତିନୋଟି ବ୍ଲକରୁ ବୈଠକରେ ଯୋଗ ଦେଇଥିବା ସକ୍ରିୟ କଂଗ୍ରେସ କର୍ମୀ ମାନଙ୍କ ସହ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରଣନୀତି  ପ୍ରସ୍ତୁତିର  ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅତି ଶୀଘ୍ର କଂଗ୍ରେସର ନୂତନ ବ୍ଲକ କମିଟି ଓ ଗ୍ରାମ ପଞ୍ଚାୟତ କମିଟି ସାଙ୍ଗକୁ ବୁଥ୍ କମିଟି ଗଠନ କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଛତ୍ରିଆ ଆହ୍ବାନ କରିଥିଲେ। ଏହାବ୍ୟତୀତ ଆଗାମୀ ଦିନରେ ସମ୍ବଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ  ସଭାପତି  ଶରତ ପଟନାୟକଙ୍କ  ଏକ କାର୍ଯ୍ୟକ୍ରମରେ  ଜିଲ୍ଲାରୁ ଅତି କମରେ ୧୫ ହଜାର  କଂଗ୍ରେସ ପ୍ରେମୀ କର୍ମୀ ଏବଂ ଜନସାଧାରଣଙ୍କୁ ସାମିଲ କରିବାକୁ ଆୟୋଜିତ ବୈଠକରେ ନିିଷ୍ପତ୍ତି ନିଆଯାଇଥିଲା।
ଏଥିରେ ଓବିସି ରାଜ୍ୟ କାର୍ଯ୍ୟକର୍ତ୍ତା ଜିତୁ ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ତଥା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଜିଲ୍ଲା ସାଧାରଣ ସମ୍ପାଦକ ସୁବାସ ବିଶ୍ଵାଳ, ଜିଲ୍ଲା କୃଷକ ସେଲର ଗୋବିନ୍ଦ ମିଶ୍ର, ନିର୍ବାଚନ ମଣ୍ଡଳୀ ସଂଯୋଜକ ଦୁର୍ଗା ଶଙ୍କର ବାଗ୍, ଧନକଉଡ଼ା ବ୍ଲକ କଂଗ୍ରେସ ସଭାପତି ଇନ୍ଦ୍ରମଣି ବାରିକ, ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ଜିଲ୍ଲା ଅନୁସୂଚିତ ଜନଜାତି ସେଲର ସଭାପତି ସଞ୍ଜିବ ଗର୍ଡିଆ,  ମହିଳା  ନେତ୍ରୀ ତଥା ରେଙ୍ଗାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ଦୟାବତୀ ମୁଣ୍ଡା, ତପନ ବେହେରା, ଦିଲ୍ଲୀପ ମିର୍ଦ୍ଧା, ଅନୀଲ ବେହେରା, ସାଗର ଭୋଇଙ୍କ ସମେତ ଆହୁରି ଅନେକ ସକ୍ରିୟ କଂଗ୍ରେସ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ସପ୍ତାହରେ ମାନେଶ୍ୱର ଓ ଧନ କଉଡ଼ା ଉଭୟ ବ୍ଲକ ଅଞ୍ଚଳରେ କଂଗ୍ରେସ କର୍ମୀମାନଙ୍କୁ ନେଇ ସାଂଗଠନିକ ବୈଠକ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.