www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀ ନୁହନ୍ତି, ଶିବରାଜ ହୁଅନ୍ତୁ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତାଙ୍କ ଦାବି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କିନ୍ତୁ ଏହା ଭିତରେ କଂଗ୍ରେସ ନେତାମାନଙ୍କ ଦାବି ସାମ୍ନାକୁ ଆସିଛି। ମୋଦୀ ନୁହନ୍ତି, ବରଂ ଶିବରାଜ ସିଂହ ଚୌହ୍ୱାନଙ୍କୁ ଏନଡିଏ ପ୍ରଧାନମନ୍ତ୍ରୀ ପଦବୀରେ ବସାଉ ବୋଲି କଂଗ୍ରେସ ନେତାମାନେ ଦାବି କରୁଛନ୍ତି। ଏ ନେଇ ସାମାଜିକ ଗଣମାଧ୍ୟମରେ ଶିବରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

କଂଗ୍ରେସ ନେତାମାନଙ୍କ କହିବା ଅନୁସାରେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮ ଲକ୍ଷ ୨୧ ହଜାର ଭୋଟରେ ଜିତିଛନ୍ତି। କିନ୍ତୁ ମୋଦୀ ବାରାଣସୀରୁ ମାତ୍ର ୧ ଲକ୍ଷ ୫୨ ହଜାର ଭୋଟରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ବର୍ତ୍ତମାନ ଗଣମାଧ୍ୟମରେ ମୋଦୀଙ୍କ ତୁଳନାରେ ଶିବରାଜ ଅଧିକ ଚର୍ଚ୍ଚାରେ ରହିଛନ୍ତି। ଶିବରାଜ ମୋଦୀଙ୍କଠାରୁ ବୟସରେ ୮ବର୍ଷ କମ୍‌‌। ସେ ବି ଆରଏସଏସ ପରିବାରର ପ୍ରିୟ ସଦସ୍ୟ। ମୋଦୀଙ୍କ ତୁଳନାରେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ।

- Advertisement -

କଂଗ୍ରେସର ରାଜ୍ୟସଭା ସଦସ୍ୟ ବିବେକ ତନ୍‌‌ଖା ଲେଖିଛନ୍ତି, ଶିବରାଜ ଜଣେ ପରପକ୍ୱ ନେତା। ମଧ୍ୟପ୍ରଦେଶରେ ବିଜେପି ବିଧାନସଭା ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ପଛରେ ଶିବରାଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ସେହିପରି ପୂର୍ବତନ ସାଂସଦ ଉଦିତ ରାଜ ଲେଖିଛନ୍ତି, ଦେଶହିତ ପାଇଁ ରାହୁଲ ଗାନ୍ଧୀ କିମ୍ବା ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ କରିବା ଉଚିତ। ଯଦି ଏପରି ହେଉନାହିଁ, ତା’ହେଲେ ଅଖିଳେଶ ଯାଦବ, ଚନ୍ଦ୍ରବାବୁ ନାଇଡୁ କିମ୍ବା ନିତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବା ଜରୁରୀ। ବିଜେପିରୁ କେହି ପ୍ରଧାନମନ୍ତ୍ରୀ ହେବା ଅନୁଚିତ। ଯଦି କେହି ହେଉଛନ୍ତି, ତେବେ ନିତିନ ଗଡ଼଼କରୀ କିମ୍ବା ଶିବରାଜ ଚୌହ୍ୱାନ ହେବା ଦରକାର।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories