www.samajalive.in
Sunday, December 14, 2025
17.1 C
Bhubaneswar

କଂଗ୍ରେସର ଅଭିଯୋଗ: ରାଜ୍ୟ ତଥା ଦେଶରେ ବଢ଼ିଛି ନାରୀ ନିର୍ଯାତନା, ଦଳିତ ଅତ୍ୟାଚାର

ଭୁବନେଶ୍ୱର: ସଂପ୍ରତି ଦେଶରେ ବିଜେପି ଶାସନ ଅମଳରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଦଳିତ ଅତ୍ୟାଚାର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ନିକଟରେ ଘଟିଥିବା ଉତରପ୍ରଦେଶର ହାଥରସ୍‍ ଗଣଦୁଷ୍କର୍ମ ଘଟଣା ଏହାର ଜ୍ଜ୍ୱଳନ୍ତ ଉଦାହରଣ। ମହିଳା ସମାଜ ଆଜି ଅସୁରକ୍ଷିତ। ଦୋଷୀମାନଙ୍କୁ ବିଜେପି ଶାସିତ ରାଜ୍ୟର ସରକାର ଘଂଟ ଘୋଡାଉଛନ୍ତି ଏବଂ ଆଇନ୍‍ର ବାଟକୁ ଦିଗହରା କରାଉଛନ୍ତି, ତଦ୍ୱାରା ଅସାମାଜିକ ଏବଂ ଦୁଷ୍କର୍ମକାରୀମାନଙ୍କର ଭୟ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏହାର ପ୍ରତିବାଦରେ ଗୁରୁବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହିଳା ଓ ଦଳିତ ଉତ୍ପୀଡନ ବିରୋଧି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ମହିଳା ଓ ଦଳିତ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ଲୋୟର ପିଏମ୍‍ଜି ନିକଟରେ ପହଂଚିଥିଲା। ସେଠାରେ ପିସିସି ସଭାପତି ପଟ୍ଟନାୟକ, ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ଶ୍ରୀୟା ମହାନ୍ତି, ନିରୁପମା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ।

- Advertisement -

ଦଳର ନେତାମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ୨୦୧୮ ମସିହା ତୁଳନାରେ ୨୦୧୯ ମସିହା ବେଳକୁ ଅନୁସୂଚିତ ଜାତିର ମହିଳାମାନଙ୍କ ଉପରେ ଅତ୍ୟାଚର ଓ ନିର୍ଯ୍ୟାତନା ଶତକଡା ୭ ପ୍ରତିଶତ ଏବଂ ଆଦିବାସୀ ମହିଳାମାନଙ୍କ କ୍ଷେତ୍ରରେ ଏହା ଶତକଡା ୨୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେହି ତୁଳନାରେ ଅତ୍ୟାଚାର ଓ ନିର୍ଯ୍ୟାତନା ଅଭିଯୋଗ ପଞ୍ଜିକରଣ କରିବାରେ ମାତ୍ର ୧.୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସାରା ଭାରତ ବର୍ଷରେ ଉତରପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଦଳିତ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ନିର୍ଯ୍ୟାତନା ଓ ଉତ୍ପୀଡନର ଶିକାର ହେବାକୁ ପଡୁଛି। ଏହା ହେଉଛି ନରେନ୍ଦ୍ର ମୋଦିଙ୍କର ନୂଆ ଏବଂ ସଶକ୍ତ ଭାରତବର୍ଷର ସ୍ୱପ୍ନ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ  ଯେ ଯେତେବେଳ ପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦିଆନଯାଇଛି ସେ ପର୍ଯ୍ୟନ୍ତ ସଶକ୍ତ ଭାରତ ଗଠନ ଅସମ୍ଭବ। ସେହିଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନର ନାରା ଦେଉଥିବା ବେଳେ ପ୍ରକୃତ ପକ୍ଷେ ପ୍ରତିଦିନ ଓଡିଶାରେ ମହିଳା ଓ ଦଳିତମାନେ ଶୋଷିତ, ଅବହେଳିତ ଓ ନିର୍ଯ୍ୟାତିତ ହେବାରେ ଲାଗିଛନ୍ତି। ମହିଳାମାନଙ୍କୁ ଉତ୍ପୀଡନ, ନିର୍ଯ୍ୟାତନା ଓ ଅତ୍ୟାଚାର କ୍ଷେତ୍ରରେ ଓଡିଶା ଆଜି ଭାରତବର୍ଷରେ ଦ୍ୱିତୀୟ ରାଜ୍ୟ। ନବୀନ ବାବୁ ଏ ରାଜ୍ୟର ୨୧ ବର୍ଷର ନିରନ୍ତର ମୁଖ୍ୟମନ୍ତ୍ରୀ। ଯେଉଁ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ସେମାନଙ୍କୁ ନ୍ୟାୟ ଦେବାରେ ଏ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ଏକଥା ଏନ୍‍ସିଆର୍‍ବି ରିପୋର୍ଟର ପ୍ରକାଶିତ ତଥ୍ୟ ପ୍ରମାଣ କରୁଛି। ପ୍ରକୃତରେ ଓଡିଶା ସରକାର ମା’କୁ ସମ୍ମାନ ଦେବାରେ ତିଳେମାତ୍ର ନିଷ୍ଠା ଦେଖାଇ ନାହାନ୍ତି।


ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ  ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ହଳଧର ସେଠୀ, ବିଶ୍ୱଜିତ୍‍ ଦାସ, ଜୟନ୍ତ ଭୋଇ, ମଧୁସ୍ମିତା ସେଠୀ, ବେଣୁଧର ଭୋଇ, କନକଲତା ମଲ୍ଲିକ, ସ୍ୱାଧିନବାଳା ଦାସ, ସ୍ନେହଲତା ରାୟ, ବିଶ୍ୱଜିତ୍‍ ଦାସ, ମନ୍ମଥ ରାଉତରାୟ, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର, ସଂକୁନା କହଁର, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଜୟକୃଷ୍ଣ ମଲିଆ, ଶ୍ରିୟାସ୍ମିତା ପଣ୍ଡା, କୁନି ହରିଚନ୍ଦନ, ନିରୁପମା ପାତ୍ର, ସ୍ମୃତିରେଖା ପହି, ନିର୍ମଳା ମଲ୍ଲିକ, ସବିତା ଚାନ୍ଦ, ଚୈତାଳୀ ପଟ୍ଟନାୟକ, ଉଲାସ ମଲିକ, ଅଶୋକ ଦାସ, ସ୍ୱରୂପ ତ୍ରିପାଠୀ, ଏଲ୍‍ ମାଣିକପ୍ରଭା, ଦିପ୍ତିରାଣୀ ପ୍ରଧାନ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ରମାକାନ୍ତ ସାହୁ, ମୁନି ଥାପା, ବଟକୃଷ୍ଣ ରାଉତରାୟ, ତାପସ ସେଠୀ, ଦେବେନ୍ଦ୍ର ଦାସ, ମଂଟୁ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories