www.samajalive.in
Wednesday, December 10, 2025
18.1 C
Bhubaneswar

ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି ଜନତା – କଂଗ୍ରେସ ଅଧ୍ୟକ୍ଷ

ଡେସ୍କ: ସମ୍ପ୍ରସାରିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦେଶର ଜନତା ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି। ସେ ଦେଶର କୋଟି କୋଟି କଂଗ୍ରେସ ପାର୍ଟି କର୍ମୀ ଏବଂ ନେତାଙ୍କୁ ଧନ୍ୟବାଦ ଦେବା ସହ ଦୃଢ଼ ଇଚ୍ଛାଶକ୍ତି, ଦୃଢ଼ ସଂକଳ୍ପ ଏବଂ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ବିଜେପିର ୧୦ ବର୍ଷର ବିଭାଜନକାରୀ, ଘୃଣା ଓ ଧ୍ରୁବୀକରଣ ରାଜନୀତିକୁ ଭାରତୀୟ ଭୋଟରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।

ନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସର ସମସ୍ତ ନବନିର୍ବାଚିତ ସଦସ୍ୟଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ଖଡ଼ଗେ ସମ୍ବିଧାନ, ଅର୍ଥନୈତିକ ଅସମାନତା, ବେକାରୀ ଏବଂ ସାମାଜିକ ନ୍ୟାୟ ଓ ସୌହାର୍ଦ୍ଦ୍ୟ ଭଳି ପ୍ରସଙ୍ଗକୁ ଲୋକଙ୍କ ସମସ୍ୟାରେ ପରିଣତ କରିଥିବାରୁ ରାହୁଲ ଗାନ୍ଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏଫ୍ଆଇଏଚ୍ ପ୍ରୋ ଲିଗ, ହାରିଲା ମହିଳା ହକି ଦଳ

- Advertisement -

ସେ କହିଛନ୍ତି, ଦୁଇ ବର୍ଷ ପୂର୍ବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୪ ହଜାର କିଲୋମିଟର ଦୀର୍ଘ ଭାରତ ଯୋଡୋ ଯାତ୍ରା ଏବଂ ପରେ ୬ ହଜାର ୬୦୦ କିଲୋମିଟର ଦୀର୍ଘ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜନସାଧାରଣଙ୍କ ସହ ଯୋଡ଼ିହେବା ଏବଂ ସେମାନଙ୍କର ସମସ୍ୟା, ଚିନ୍ତା ଏବଂ ଆକାଂକ୍ଷା ଜାଣିବାରେ ସାହାଯ୍ୟ କରିଥିଲା। ଏହି ଆଧାରରେ କଂଗ୍ରେସ ଦଳ ନିଜର ନିର୍ବାଚନୀ ପ୍ରଚାର ପ୍ରସ୍ତୁତ କରିଥିଲା ବୋଲି ସେ କହିଛନ୍ତି।

ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା

ସେ କହିଛନ୍ତି, ଆମକୁ ସବୁବେଳେ ମନେ ରଖିବାକୁ ହେବ ଯେ କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ବଳରେ ଆମେ ସବୁଠାରୁ ବଡ଼ ବିରୋଧୀ ଦଳକୁ ପରାସ୍ତ କରିପାରିବା। ଶ୍ରୀ ଖଡ଼ଗେ କହିଛନ୍ତି ଯେ ମଣିପୁରରେ, ଯେଉଁଠାରୁ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା, ଉଭୟ ଆସନରେ କଂଗ୍ରେସ ବିଜୟ ଲାଭ କଲା। ନାଗାଲାଣ୍ଡ, ଆସାମ, ମେଘାଳୟ ଭଳି ଉତ୍ତର-ପୂର୍ବର ଅନେକ ରାଜ୍ୟରେ କଂଗ୍ରେସକୁ ଆସନ ମିଳିଛି। ମହାରାଷ୍ଟ୍ରରେ ଏକକ ବୃହତ୍ତମ ଦଳ ଭାବରେ କଂଗ୍ରେସ ଉଭା ହୋଇଛି। ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ସମଗ୍ର ଦେଶରେ କଂଗ୍ରେସ ଦଳକୁ ଲୋକଙ୍କ ପ୍ରବଳ ସମର୍ଥନ ମିଳିଥିବା ସେ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଆମେ କ୍ଷମତାରେ ଥାଉ ବା ନଥାଉ, ଆମର କାର୍ଯ୍ୟ ନିରବଚ୍ଛିନ୍ନ ରହିବ। ଆମକୁ ୨୪ ଘଣ୍ଟା ୩୬୫ ଦିନ ଲୋକଙ୍କ ମଧ୍ୟରେ ରହିବାକୁ ପଡ଼ିବ, ଜନସାଧାରଣଙ୍କ ସମସ୍ୟା ଉଠାଇବାକୁ ପଡ଼ିବ।

କମିଲା ସୁନାଦର- ୨୦ହଜାରେ ୮୦୦ ଟଙ୍କା କମିଲା ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories