www.samajalive.in
Saturday, December 6, 2025
16.1 C
Bhubaneswar

ଖାଇଗଲେ ୧୪୦ କୋଟି, ଭୂଷଣ ଷ୍ଟିଲ୍‍ ଦେବାଳିଆ ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର: ପ୍ରବେଶ କର ଆଇନ୍‍ର ବୈଧତା ସଂପର୍କିତ ମାମଲାରେ ରାଜ୍ୟ ସରକାର ଜିତିବା ଏବଂ ଭୂଷଣ ଷ୍ଟିଲ୍‍ ଆଣ୍ଡ ପାୱାର କମ୍ପାନୀ ହାରିବା ପରେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ କିମ୍ବା ରାଜନେତା ଏବଂ ବରିଷ୍ଠ ଅମଲାମାନଙ୍କର କମ୍ପାନୀ ପ୍ରତି ଅହେତୁକ ଦରଦ ପାଇଁ ରାଜ୍ୟର ପ୍ରାୟ ୧୪୦ କୋଟି ଟଙ୍କା ବୁଡି ଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ନେତା ଓ ଅମଲା ମିଳିମିଶି ୧୪୦ କୋଟି ଟଙ୍କା ଚଳୁ କରିଦେଇଛନ୍ତି ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଆଇନ୍‍ଜୀବୀ ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।

ରାଜ୍ୟ ବିଧାନସଭାରେ ପ୍ରଣୀତ ଆଇନ୍‍ ଓଡିଶା ପ୍ରବେଶ କର ଆଇନ୍‍ର ବୈଧତାକୁ ନେଇ ଭୂଷଣ ଷ୍ଟିଲ୍‍ ଆଣ୍ଡ ପାୱାର ମାନ୍ୟବର ସୁପ୍ରିମ୍‍କୋର୍ଟରେ ଚ୍ୟାଲେଞ୍ଜ କରି ହାରିବା ପରେ କ୍ଷତିରେ ଚାଲୁଥିବା ଭୂଷଣ ଷ୍ଟିଲ୍‍ ଆଣ୍ଡ ପାୱାର କମ୍ପାନୀ ଋଣ ସୁଝି ନପାରିବାରୁ ଇନ୍‍ସଲଭ୍ୟାନ୍‍ସି ବ୍ୟାଙ୍କ୍ରପ୍ସି କୋର୍ଡ ୨୦୧୬ ଅନୁଯାୟୀ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ୍‍ଙ୍କ ଦ୍ୱାରସ୍ଥ ହୋଇଥିଲା। ଶୁଣାଣି ବେଳେ ୪୮ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫାଇନାନସିଆଲ କ୍ରେଡିଟର ଏବଂ ଅପରେସନାଲ କ୍ରେଡିଟର ପାଇବାକୁ ଆକଳନ କରାଯାଇଥିଲା। ଏଥିମଧ୍ୟରୁ ରାଜ୍ୟ ସରକାରଙ୍କୁ ପ୍ରବେଶ କର ବାବଦକୁ ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ୫୦୪ ଟଙ୍କା ମିଳିବା କଥା। ଯାହା ମାନ୍ୟବର କମ୍ପାନୀ ଲ’ ଟ୍ରିବ୍ୟୁନାଲ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜ୍ୟ ସରକାର ରେଜୁଲେସନ ପ୍ରଫେସନାଲଙ୍କ ନିକଟରେ ତାଙ୍କ କ୍ଲେମ୍‍ ଦାଖଲ କଲେ ନାହିଁ କି କମ୍ପାନୀ ଲ’ ଟ୍ରିବ୍ୟୁନାଲ ରେଜୁଲେସନ ପ୍ରଫେସନାଲ ପ୍ଲାନକୁ ଆପ୍ରୁଭ୍‍ କରିବାର ୪୫ ଦିନ ମଧ୍ୟରେ ମଧ୍ୟ ଭୂଷଣ ଷ୍ଟିଲ୍‍ ଆଣ୍ଡ ପାୱାର ବିରୁଦ୍ଧରେ କୌଣସି ଅପିଲ୍‍ କଲେ ନାହିଁ। ଏହାର ଦୀର୍ଘ ଦିନ ପରେ ଅର୍ଥାତ୍‍ ରେଜୁଲେସନ ପ୍ରଫେସନାଲ ପ୍ଲାନ ଅନୁମୋଦନ (୫ ସେପ୍ଟେମ୍ବର ୨୦୧୯) ପରେ ପାଖାପାଖି ଅଢେଇ ମାସ ପରେ ଅର୍ଥାତ୍‍ ୧୮ ନଭେମ୍ବର ୨୦୧୯ ରେ ରାଜ୍ୟ ସରକାର ରେଜୁଲେସନ ପ୍ରଫେସନାଲ ପ୍ଲାନ ଅନୁମୋଦନ ବିରୋଧରେ କମ୍ପାନୀ ଲ ଟ୍ରିବ୍ୟୁନାଲଙ୍କ ନିକଟରେ ଅପିଲ କରିଥିଲେ। ଯାହାକୁ ନେଇ ମାନ୍ୟବର କମ୍ପାନୀ ଲ ଟ୍ରିବ୍ୟୁନାଲ୍‍ ତାଙ୍କ ରାୟରେ ସିଧାସଳଖ ଭାବେ କହିଲେ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ଲେମ ଦାଖଲ କରିନଥିଲେ କି ଆମ୍ଭ ଆଦେଶର ଲିମିଟେସନ ପିରିୟଡ ଭିତରେ ଅପିଲ କରିନଥିବାରୁ ରାଜ୍ୟ ସରକାରଙ୍କ ଅପିଲ୍‍ ଗ୍ରହଣ ଯୋଗ୍ୟ ନୁହେଁ କହି ଅପିଲ୍‍ଟିକୁ ଖାରଜ କରିଥିଲେ।

- Advertisement -

କଂଗ୍ରେସ ଅଭିଯୋଗ କରିଛି ଯେ ବିଜୁ ଜନତା ଦଳର ନେତା ଏବଂ ରାଜ୍ୟ ସରକାରଙ୍କର ଉଚ୍ଚ ପଦସ୍ଥ ଅମଲା ରାଜ୍ୟର ୧୪୦ କୋଟି ଟଙ୍କାକୁ ପାଣିରେ ପକାଇ ଦେଇଛନ୍ତି। କେବଳ ସେତିକି ନୁହେଁ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ପକ୍ଷ କମ୍ପାନୀ ଲ ଟ୍ରିବ୍ୟୁନାଲଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମ୍‍କୋର୍ଟ ଯାଇଥିବା ସ୍ଥଳେ ରାଜ୍ୟ ସରକାର କମ୍ପାନୀ ଲ ଟ୍ରିବ୍ୟୁନାଲ ଆଦେଶ ଦେବାର ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କ’ଣ ପାଇଁ ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିବା ସହିତ ପ୍ରବେଶ କର ବାବଦକୁ ଭୂଷଣ ଉପରେ ବାକିଥିବା ରାଜ୍ୟର ୧୪୦ କୋଟି ଟଙ୍କା ନେତା, ଅମଲା ମିଳିମିଶି ଚଳୁ କରି ଦେଇନାହାନ୍ତି ତ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କର ଅମଲା ଏବଂ ବିଜୁ ଜନତା ଦଳର ନେତାମାନେ ଟଙ୍କା ଖାଇ ନାହାନ୍ତି ତେବେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ଅପିଲ କରିବା ସହିତ କେଉଁ ଦୋଷୀ ଅଧିକାରୀଙ୍କ ଚକ୍ରାନ୍ତ ଯୋଗୁଁ ରାଜ୍ୟ ୧୪୦ କୋଟି ଟଙ୍କା ହରାଉଛି, ତାହାର ଉପଯୁକ୍ତ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories