www.samajalive.in
Monday, December 8, 2025
14.1 C
Bhubaneswar

ମଦ୍ୟପ ଚାଳକଙ୍କ ଉନ୍ମକ୍ତ କାଣ୍ଡ: ଗାଡି ଧକ୍କାରେ ଗାଇ ବାଛୁରୀ ମୃତ

ବୁର୍ଲା: ଜଣେ ମଦ୍ୟପ ଗାଡି ଚାଳକଙ୍କ ଉନ୍ମୁକ୍ତ କାଣ୍ଡ ବୁର୍ଲା ଥାନା ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ପାଲଟି ଥିଲା। ନିଶାସକ୍ତ ଅବସ୍ଥାରେ ଦୃତ ଗାଡି ଚାଲାଣ କରି ଜଣେ ବାଇକ ଆରୋହୀକୁ ଗୁରୁତର ଆହତ କରିବା ସହିତ ଏକାଧିକ ଗାଈ ଏବଂ ବାଛୁରୀଙ୍କ ଉପରେ ଚଢ଼ାଇ ଦେବା ଫଳରେ ଦୁଇଟି ଗାଈ ଏବଂ ବାଛୁରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଶେଷରେ ବୁର୍ଲା ପୁଲିସ ଗାଡି ଏବଂ ଚାଳକକୁ କାବୁ କରି ବୁର୍ଲା ଥାନାକୁ ଆଣିଥିବା ବେଳେ ଥାନାରେ ମଧ୍ୟ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଥିଲା।

ସୁଚନା ଅନୁସାରେ ସମ୍ବଲପୁର ଗୋଲବଜାର ଅଞ୍ଚଳର ଏକ କ୍ରେଟା ଗାଡି ଆଜି ରାତି ପ୍ରାୟ ୯ଟା ସମୟରେ ଦ୍ରୁତ ଗତିରେ ସମ୍ବଲପୁରରୁ ଗୋଶାଲା ଅଭିମୂଖେ ଯାଉଥିଲା। ତେବେ ହିରାକୁଦ ରେଳଷ୍ଟେସନ ସମ୍ମୁଖରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଗୋଶାଲା ଅଭିମୂଖେ ଯାଇ ଚିପିଲିମା ପଟେ ଫେରାର ହୋଇଯାଇଥିଲା। କିଛି ସ୍ଥାନୀୟ ଲୋକେ ପିଛା କରିବାରୁ ସେ ଗୋଶାଳାରୁ ପୁଣି ଚାଉଁରପୁର ଅଭିମୂଖେ ଯାଇଥିଲା। ଚାଉଁରପୁର ନିକଟରେ ରାସ୍ତାକଡରେ ଥିବା ଏକ ଗାଈ ପଳକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ଟି ଗାଈ ଏବଂ ଗୋଟିଏ ବାଛୁରୀର ଘଟଣାସ୍ଥଳରେ ହିଁ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ବାଛୁରୀ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ଏହାପରେ ବୁର୍ଲା ପୁଲିସ ସେଠାରେ ପହଂଚି ଗାଡି ଚାଳକ ତଥା ମାଲିକ ସମିର ନାୟକ(୨୪)କୁ ପୁଲିସ କାବୁ କରି ଥାନାକୁ ଆଣିଥିବା ଜଣାପଡିଛି।

- Advertisement -

ତେବେ ଉକ୍ତ ବ୍ୟକ୍ତି ଜଣକ ପୁଣି ଥାନାକୁ ଅଣାଯିବା ପରେ ମଧ୍ୟ ଏତେ ମାତ୍ରାରେ ନିଶାରେ ଚୁର ଥିଲା ଯେ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ଥାନା ଭିତରେ ଦୁର୍ବ୍ୟବହାର କରିଥିଲା। ତେବେ ଏହି ଗାଡି ଧକ୍କାରେ ଆହତ ଯୁବକ ଜଣକ ବୁର୍ଲା ସହରର ଗଉଡପାଲିର ବୋଲି ଜଣାପଡିଛି। ତାଙ୍କୁ ପୁଲିସ ଉଦ୍ଧାର କରି ବୁର୍ଲା ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଈ ସୂଚନା ଦେଇଛନ୍ତି। ତେବେ ଗାଡି ଚଲାଉଥିବା ବ୍ୟକ୍ତି ଜଣକ ନିଜେ ମାଲିକ ଏବଂ ପ୍ରଚୁର ନିଶାସେବନ କରିଥିବା ମଧ୍ୟ ଥାନାଧିକାରୀ ଶ୍ରୀ ଭୋଇ ସ୍ପଷ୍ଟ କରିଛନ୍ତି। ଉକ୍ତ ମଦ୍ୟପ ଚାଳକକୁ ଗିରଫ୍‍ କରିବା ପାଇଁ ପଶୁପ୍ରେମୀ ମହଲରେ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories