www.samajalive.in
Monday, December 8, 2025
14.1 C
Bhubaneswar

ରାଇକିଆ: ୨୫ ଦିନ ପରେ ହଟିଲା କଣ୍ଟେନମେଣ୍ଟ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ ଦିନରେ ଏକାଧିକ ସ୍ଥାନୀୟ କରୋନା ପଜିଟିଭ୍‍ ଚିହ୍ନଟ ପରେ ଗତ ୧୦ ତାରିଖରୁ ରାଇକିଆ ସହର ସମେତ ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଥିବା ବେଳେ ୨୫ ଦିନ ପରେ ଆଜି କଣ୍ଟେନମେଣ୍ଟ ହଟିଛି। କିନ୍ତୁ ଜିଲାପାଳଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉକ୍ତ ଅଞ୍ଚଳରେ ଲକ୍‍ଡ଼ାଉନ୍‍ ଜାରି ରହିବ। ଏହି ସମୟରେ କେବଳ ଅତ୍ୟାବସିକୟି ସାମଗ୍ରୀ ଦୋକାନ ବଜାର ଖୋଲା ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଗତ ୨୫ ଦିନ ହେଲା ରାଇକିଆ ସହର ସମେତ ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ପରିସ୍ଥିତିର ଅନୁଧ୍ୟାନ କରି କଣ୍ଟେନମେଣ୍ଟ ଜୋନ୍‍ ହଟାଇବା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏଭଳି ସ୍ଥଳେ ସ୍ଥାନୀୟ ବି.ଡ଼ି.ଓ ଏବଂ ତହସିଲ୍‍ଦାର ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ ପରେ କଣ୍ଟେନମେଣ୍ଟ ଜୋନ୍‍ ହଟିଥିବା ପ୍ରକାଶ।

ତେବେ ବର୍ତ୍ତମାନ ମଧ୍ୟ କନ୍ଧମାଳ ଜିଲାର ଫୁଲବାଣୀ ପୌର ପରିଷଦର ୧୨ ଟି ୱାର୍ଡ଼ ଗତ ୧୮ ଦିନ ହେଲା କଣ୍ଟେନମେଣ୍ଟ ଜୋନ୍‍ ଭାବେ ରହିଥିବା ବେଳେ ବାଲିଗୁଡ଼ା ଏନ୍‍ଏସି , ଟିକାବାଲି ସହର ଓ ଆଖ ପାଖ ଅଞ୍ଚଳ ସହିତ କ.ନୂଆଗାଁ ବ୍ଳକର ସାରଙ୍ଗଡ଼ ଏବଂ ଫିରିଙ୍ଗିଆ ପଂଚାୟତ , ତୁମୁଡ଼ିବନ୍ଧର ଅନେକ ଅଞ୍ଚଳ , କୋଟଗଡ଼ ବ୍ଳକର ୩ଟି ପଞ୍ଚାୟତ ମଧ୍ୟ କଣ୍ଟେନମେଣ୍ଟ ଭାବେ ରହିଛି। ଏଭଳି ସ୍ଥଳେ ଦୀର୍ଘଦିନ ହେଲା କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକରେ ଉଠାଦୋକାନ,ପ୍ରତିଦିନ ଶ୍ରମଦାନ କରି ରୋଜଗାର କରି ପରିବାର ପୋଷଣ କରୁଥିବା ବ୍ୟକ୍ତି ଓ ଗରୀବ ଓ ମଧ୍ୟବିତ ପରିବାର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜିଲା ପ୍ରଶାସନ ବର୍ତ୍ତମାନ ପରିସ୍ଥିତିରେ ସଂପୃକ୍ତ ଅଞ୍ଚଳ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତି ପଦକ୍ଷେପ ସ୍ୱରୁପ କଣ୍ଟେନମେଣ୍ଟ ହଟାଇବା ପାଇଁ ଅନେକ ଅଞ୍ଚଳବାସୀ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ସାହି ମୁହଁରେ ପ୍ରଶାସନ ପକ୍ଷରୁ ବାଡ଼ ବନ୍ଧାଯାଇଥିବା ବେଳେ କେତେକ ସାହିରେ ବିଭିନ୍ନ ଉପାୟରେ କାମ ଅଛି କହି ଅନ୍ୟ ଲୋକ ମାନେ ପ୍ରକାଶ କରୁଥିବା ଯୋଗୁଁ ଆଜି କେତେକ ସାହିର ବାଡ଼ ମୁଖ୍ୟରେ ସାହିର ଯୁବକ ମାନେ ଯଗି କାହାକୁ ମଧ୍ୟ ଭିତରକୁ ଛାଡୁନଥିବାର ଦୃଶ୍ୟ ଦେଖାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories