www.samajalive.in
Tuesday, December 9, 2025
15.1 C
Bhubaneswar

ଆଇଏଏସ୍‍ ପାଇଲେ ଅଙ୍ଗନବାଡ଼ି କର୍ମୀଙ୍କ ପୁଅ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦୁର୍ଗମ ତାଜୁଙ୍ଗିଆ ପଂଚାୟତ କଲିଙ୍ଗି ଗ୍ରାମର ବିଭୁତି ଭୂଷଣ ନାୟକ। ବିଭୂତି ଭୂଷଣ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସେ ୟୁପିଏସି ପରିକ୍ଷାରେ ଉତିର୍ଣ୍ଣ ହୋଇ ୮୧୯ ନଂ ସ୍ଥାନରେ ରହିଛନ୍ତି। ବିଭୂତିଭୂଷଣଙ୍କ ଘର ତାଜୁଙ୍ଗି ପଂଚାୟତର କଲିଙ୍ଗି ଗ୍ରାମ ହୋଇଥିବା ବେଳେ ତାଙ୍କ ପିତା ଏଲିଆସ ନାୟକ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଓ ମା’ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ବିଭୁତି ଦାରିଙ୍ଗବାଡ଼ି ସ୍ଥିତ ଲାଲବାହାଦୁର ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟରେ ଦଶମ ପଢ଼ିଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜଧାନୀ କଲେଜରେ ଯୁକ୍ତ ଦୁଇ ଓ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ସୋସିଆଲ ଓାର୍କରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସିଭିଲ ସର୍ଭିସରେ ସଫଳତା ପାଇବା ପାଇଁ ସେ ବାଜିରାଉତ ଆଇଏଏସ କୋଚିଙ୍ଗ ସେଂଟରରେ କୋଚିଂ ନେଇଥିଲେ। ଏହାପରେ ସେ ଆସାମ ଓ କେରଳରେ କିଛି ବେସରକାରୀ ସଂସ୍ଥାରେ ମଧ୍ୟ କାମ କରିଥିଲେ। ଏଥିସହିତ ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବେ ମାଲକାନଗିରି ଜିଲ୍ଲାରେ ୪ ବର୍ଷ କାମ କରିଥିଲେ। ସେ ଜଣେ ମେଧାବୀ ପରିଶ୍ରମୀ ଓ ଦୃଢ଼ ଆତ୍ମବିଶ୍ୱାସୀ ଛାତ୍ର ଭାବେ ବେଶ ଭଲଭାବରେ ଜଣାଶୁଣା ଥିଲେ। ତାଙ୍କର ସଫଳତା ପାଇଁ ସେ ନିଜ ପିତା ମାତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଆତ୍ମୀୟ ସ୍ୱଜନଙ୍କ ସହିତ ଜିଲ୍ଲା ଓ ଦାରିଙ୍ଗବାଡ଼ି ବ୍ଲକବାସୀ ଖୁସି ପ୍ରକାଶ କରିଛନ୍ତି।  ସୂଚନା ପ୍ରକାରେ ବିଭୁତି ପୁର୍ବରୁ ୨୦୧୮ ମସିହାରେ ଓଡିଶା ପ୍ରଶାସନିକ ସେବା (ଓଏଏସ୍ )୨୦୧୭ରେ ଉତିର୍ଣ୍ଣ ହୋଇ ୨୦୧୮ ରରେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିଥିବା ବେଳେ ୨୦୧୯ ମସିହାରେ ମଧ୍ୟ ୟୁପିଏସସି ପରିକ୍ଷାରେ ୭୫୯ ନଂ ସ୍ଥାନରେ ଉତିର୍ଣ୍ଣ ହୋଇ ବର୍ତମାନ ସେ ଦିଲ୍ଲି ସ୍ଥିତ ଭାରତୀୟ ପ୍ରତିରକ୍ଷା ସେବା ବିଭାଗରେ ତାଲିମ ନେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ବିଭୁତିଭୂଷଣ ଏହି ସଫଳତା ପାଇଁ ବ୍ଲକ୍ ତଥା ଜିଲ୍ଲାପାଇଁ ଗୌରବ ଅର୍ଜନ କରିବା ସହିତ ଅନ୍ୟମାନଙ୍କ ପ୍ରେରଣା ହୋଇପାରିଛନ୍ତି। ବର୍ତମାନ ବିଭୁତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories