www.samajalive.in
Wednesday, December 10, 2025
16.1 C
Bhubaneswar

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି ଖୋଲାଖୋଲି ଟଙ୍କା ବାଣ୍ଟିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଭୋଟ ଗ୍ରହଣରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଅଭିଯୋଗ କରିଛନ୍ତି।

ଶ୍ରୀକାନ୍ତ କହିଥିଲେ, ମୁଁ ଅନେକ ନିର୍ବାଚନ ଦେଖିଛି, କିନ୍ତୁ ନୂଆପଡା ଭଳି ଟଙ୍କାବଣ୍ଟା ନିର୍ବାଚନ ଦେଖି ନ ଥିଲି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ବିଜେପି ଗାଁଗଣ୍ଡା, ସହର ସବୁଠି ଖୋଲାଖୋଲି ଟଙ୍କା ବାଣ୍ଟୁଛି । ଏ ବିଷୟକୁ ନେଇ ଅନେକ ଥର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସ୍ୱଚ୍ଛ ଅବାଧ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୋଲିଂ ଅଫିସର ଭୋଟ ବେଳେ ସରକାରୀ ଦଳକୁ ସାହାଯ୍ୟ କରି ନିଲମ୍ବିତ ହେଉଛନ୍ତି । ଷ୍ଟ୍ରଙ୍ଗରୁମ, ଯେଉଁଠି ଭୋଟ ସରିଲା ପରେ ଇଭିଏମ ମେସିନ ରଖାଯାଏ, ସେଇଠି ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଅଛି ତ ? ପର୍ଯ୍ୟାପ୍ତ ସିସିଟିଭି ଖଞ୍ଜା ଯାଇଛି କି ବୋଲି ପ୍ରଶ୍ନ ପଚାରିଥିଲେ।

- Advertisement -

ଶ୍ରୀକାନ୍ତ ପୁଣି କହିଥିଲେ, ଦୂର ଦୁରାନ୍ତ ଅଞ୍ଚଳରୁ ଭୋଟ ବାକ୍ସ ଆସିବ ସେଥିପାଇଁ ନିର୍ବାଚନ ଅଧିକାରୀ କେତେ ସମୟସୀମା ଧାର୍ଯ୍ୟ କରିଛନ୍ତି ? ୫ଟା ପରେ ଭୋଟ ଅଧିକ ପଡୁଛି କାହିଁକି ? ଭୋଟ ଦାନର ୨ ଦିନ ପୂର୍ବରୁ ଶାସକ ଦଳ ପ୍ରବଳ ଟଙ୍କା ବଣ୍ଟନ କରିଛି, ତାହା ମଧ୍ୟ ଖୋଲାଖୋଲି ହେଉଛି । ବିରୋଧୀ ଦଳଙ୍କ ଗାଡି ଚେକ ହେଉଛି, କିନ୍ତୁ ଶାସକ ଦଳର ଟଙ୍କା ବୋହୁଥିବା ଗାଡିକୁ ଚେକ କରାଯାଉନି । ଏପରି ପ୍ରତୀତ ହେଉଛି ଯେଭଳି ନିର୍ବାଚନ କମିଶନ ଆଚରଣ ବିଧି ଉଲ୍ଲଂଘନ ପାଇଁ ପ୍ରୋତ୍ସାହନ ଦେଉଛି। ଯେତେ ବାଧାବିଘ୍ନ ଘଟିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜିତିବେ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମୀଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଉପସ୍ଥିତ ଥିଲେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories