www.samajalive.in
Sunday, December 7, 2025
14.1 C
Bhubaneswar

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ ୧୧୦ ବର୍ଷୀୟ ବୃଦ୍ଧା କାଲିୟା ଦେବୀ ମତଦାନ କରିଛନ୍ତି। ଚାଲିବାରେ ଅସମର୍ଥ କାଲିୟା ଦେବୀଙ୍କୁ ତାଙ୍କ ପୁଅ ଖଟିଆରେ ବୋହି ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିଲେ ଏବଂ ତାଙ୍କୁ ଟେକି ଟେକି ଭୋଟିଂ ପାଇଁ ନିଆଯାଇଥିଲା। ବୃଦ୍ଧା କାଲିୟା ଦେବୀ କହିଛନ୍ତି ଯେ ଚାଲିବା ପାଇଁ ତାଙ୍କର ବଳ ନାହିଁ, କିନ୍ତୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବା ପାଇଁ ତାଙ୍କ ଆଗ୍ରହ ତାଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଭିଡିଆଣିଛି। ସେ ହସ ହସ ମୁହଁରେ ଭୋଟ୍ ଦେଇଛନ୍ତି। ତାଙ୍କ ପୁଅ ଜୟପ୍ରକାଶ କହିଛନ୍ତି ଯେ ସେ ବିହାରରେ ଏମିତି ସରକାର ଚାହୁଁଛନ୍ତି ଯିଏ ସାଧାରଣ ଲୋକଙ୍କ ଜୀବନରେ ସୁଧାର ଆଣିବ। ତେଣୁ ଗୋଟିଏ ବି ଭୋଟ୍ ବେକାର ନ ଯିବା ଉଦ୍ଦେଶ୍ୟରେ ସେ ନିଜ ମା’ଙ୍କୁ ଖଟିଆରେ ବୋହି ନେଇଆସିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories