www.samajalive.in
Saturday, December 6, 2025
14.1 C
Bhubaneswar

ବଳଙ୍ଗାରେ ଆଜି କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା

ଭୁବନେଶ୍ୱର : ବଳଙ୍ଗା ନାବାଳିକା ମୃତ୍ୟୁକୁ ନେଇ ଆଜି କଂଗ୍ରେସ ବଳଙ୍ଗାରେ ନାରୀ ନ୍ୟାୟ ପଦଯାତ୍ରା କରିବ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେପି ସରକାର ଶାସନରେ ନାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ନାରୀ ସମ୍ପୂର୍ଣ୍ଣ ଅସୁରକ୍ଷିତ ଏବଂ ଅବହେଳିତ। ନାବାଳିକା ସ୍କୁଲ ଛାତ୍ରୀଙ୍କ ଠାରୁ ବୟସ୍କା ମହିଳା କିଏ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ମାଲକାନଗିରି, ଗୋପାଳପୁର ବାଲେଶ୍ୱର, ବଳଙ୍ଗା, ଜଗତସିଂହପୁର ଆଦି ରାଜ୍ୟର ସମସ୍ତ ଅଞ୍ଚଳରେ ଘଟୁଥିବା ନାରୀ ନିର୍ଯାତନା ଏହାର ଜ୍ୱଳନ୍ତ ପ୍ରମାଣ। ସରକାର ଯଦି ସାମାନ୍ୟ ପଦକ୍ଷେପ ଗ୍ରହଣ କରି ପୀଡ଼ିତାଙ୍କ ଦୁଃଖ ଶୁଣିଥାନ୍ତେ ତେବେ ସେମାନଙ୍କୁ ନ୍ୟାୟ ମିଳିଥାନ୍ତା ଏବଂ ଜୀବନ ହାରିବାକୁ ପଡ଼ି ନଥାନ୍ତା ବୋଲି ଶ୍ରୀ ଦାସ କହିଛନ୍ତି। ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାରେ ସରକାର ଏବଂ ପ୍ରଶାସନ ଜାଣିଶୁଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏହାର ପ୍ରତିବାଦରେ ପୂର୍ବାହ୍ଣ ୯ଟାରୁ ବାୟାବାର ପୋଡ଼ି ଘଟଣାସ୍ଥଳରୁ ପଦଯାତ୍ରା ଆରମ୍ଭ ହୋଇ ଏବଂ ନିମାପଡ଼ାରେ ପହଞ୍ଚିବ। ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories