www.samajalive.in
Saturday, December 6, 2025
14.1 C
Bhubaneswar

କଂଗ୍ରେସ ଦଳ ସାହାଯ୍ୟରେ ଆନ୍ଧ୍ରରୁ ଫେରିଲେ ୧୭୩ ଶ୍ରମିକ

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶାକୁ ଫେରି ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଓଡିଶାକୁ ଫେରି ଆସିବା ପାଇଁ ସେମାନଙ୍କ ପାଖରେ କୌଣସି ଉପାୟ ନଥିଲା। ଆନ୍ଧ୍ରପ୍ରଦେଶରେ ଏହି ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ଶ୍ରମିକମାନଙ୍କୁ ଓଡିଶାକୁ ପଠାଇବାର ବ୍ୟବସ୍ଥା କରୁ ନଥିଲେ। ଏଣୁ ଶ୍ରମିକମାନେ ଓଡିଶାକୁ ଫେରି ଆସିବା ପାଇଁ ଓଡିଶା ସରକାରଙ୍କ ସାହାଯ୍ୟ ଲୋଡୁଥିଲେ। ତେବେ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା କଂଗ୍ରେସ ଦଳର ସାହାଯ୍ୟରେ ଆନ୍ଧ୍ରରୁ ୧୭୩ ଜଣ ଶ୍ରମିକ ଓଡିଶାର ନିଜ ନିଜ ଜିଲ୍ଲାକୁ ଆସିପାରିଲେ। ଅପ୍ରେଲ ୧୫ରୁ ସେମାନଙ୍କୁ ଶ୍ରୀକାକୁଲମର କେଶବ ରେଡ୍ଡି ସ୍କୁଲ କ୍ୱାରେନ୍ଟାଇନ୍ କେନ୍ଦ୍ରରେ ରଖା ଯାଇଥିଲା ବୋଲି ଓଡିଶା ଦାୟିତ୍ୱରେ ଥିବା ଏଆଇସିସି ସଂପାଦକ ରୁଦ୍ର ରାଜୁ କହିଛନ୍ତି। ସେହି କ୍ୱାରେନ୍ଟାଇନ୍ କେନ୍ଦ୍ରରେ ୫୦୦ ରୁ ଅଧିକ ଶ୍ରମିକ ରହୁଥିବାବେଳେ କେବଳ ଓଡିଶାର ୧୩ଟି ଜିଲ୍ଲାର ୧୭୩ ଜଣ ଶ୍ରମିକ ରହିଥିଲେ। ଆନ୍ଧ୍ର ପ୍ରଦେଶ ଓ ଓଡିଶା କଂଗ୍ରେସ ଦଳର ମିଳିତ ସହଯୋଗରେ ମେ’ ୬ରେ ସେହି ଶ୍ରମିକମାନଙ୍କୁ ଓଡିଶାକୁ ଅଣାଯିବା ପାଇଁ ବ୍ୟବସ୍ଥା ହେଲା। ଗୁରୁବାର ଭୋର୍ ୪ ଟାରେ ସେମାନେ ବ୍ରହ୍ମପୁର ଉପକଣ୍ଠରେ ଥିବା ହଳଦୀପଦର ଗ୍ରାମରେ ପହଞ୍ଚିଥିଲେ। ଏହାପରେ ହଳଦୀପଦର ଗ୍ରାମରୁ ସେମାନଙ୍କୁ ସେମାନଙ୍କର ନିଜ ନିଜ ଜିଲ୍ଲାରେ ଥିବା କ୍ୱାରେନଣ୍ଟାଇନ୍ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ବିସ୍ମୟ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories