www.samajalive.in
Saturday, December 6, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନପୁର୍ଣ୍ଣିମା ନୀତି ଅନୁଷ୍ଠିତ

ଆରଡି : ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଗୁରୁବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳଆଳତୀ, ଘର୍ଷଣଲାଗି,ମହାସ୍ନାନ ଆଦି ସକାଳ ନୀତିକାନ୍ତି ସରିବା ପରେ ଚନ୍ଦନ ନୀତି ନିମନ୍ତେ ମଣିବାବାଙ୍କୁ ଚନ୍ଦନ ଓ ବିଭିନ୍ନ ଫୁଲ-ବେଲ୍ୱପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ବୈଶାଖ ମାସ ଅବସରରେ ମଣିବାବାଙ୍କର ଶୀତଳ ଉପଚାରରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ତାହାସହ ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଚନ୍ଦନ ନୀତିକାନ୍ତି ନିମନ୍ତେ ନାଟମଣ୍ଡପରେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ସୁବାଷିତ ଜଳ, ମହୁ, ଘିଅ ଆଦି ସତ୍କରାରେ ମହାସ୍ନାନ କରାଯିବା ସହିତ ଚନ୍ଦନ ଲାଗି କରାଯାଇ ମନ୍ଦିର ମଧ୍ୟରେ ଚାପଖେଳ ନୀତି ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦେଢମାସରୁ ଉର୍ଦ୍ଧ ହେବ କରୋନା ନାମକ ମହାମାରୀ ପାଇଁ ମନ୍ଦିରର ସମସ୍ତ ବାହାର ନୀତି ବନ୍ଦ ଥିବାରୁ ଚଳିତବର୍ଷ ମଣିବାବାଙ୍କ ଚନ୍ଦନ ନୀତିକାନ୍ତି ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ କରନଯାଇ ମନ୍ଦିର ଭିତର ବେଢାରେ ଏକ ଜଳକୁଣ୍ଡ ପ୍ରସ୍ତୁତ କରାଯାଇ ବିଧିବିଧାନ ଅନୁଯାୟୀ ଚନ୍ଦନ ନୀତି ସମ୍ପନ୍ନ ହେଉଥିବା ସେବାୟତମାନେ ପ୍ରକାଶ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories