www.samajalive.in
Saturday, December 6, 2025
15.1 C
Bhubaneswar

କରୋନାକୁ ରୋକିବା କଷ୍ଟ: ସାମାଜିକ ଦୂରତା, ହାତ ଧୋଇବା ଓ ସାସ୍କ ପିନ୍ଧି ନିୟନ୍ତ୍ରଣ କରାଯାଇପାରିବ

ଭୁବେନଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ.ଶ୍ରୀନାଥ ରେଡ୍ଡୀ ଗୁରୁବାର “କୋଭିଡରୁ ଶିକ୍ଷା – ଆେମ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧକ ଜିତିବା” ଏ ବିଷୟ ଉପେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲାପାଳ ଓ ପୁଲିସ ସୁପରିଟେଣ୍ଡ ମାନଙ୍କ ସହିତ ଆେଲାଚନା କରିଥିଲେ ।

ଏହି ଆେଲାଚନା ସମୟେର ଡଃ.ରେଡ୍ଡୀ ମୁଖ୍ୟତଃ କେରାନା ଭାଇରସର ଉତ୍ପତି, ସଂକ୍ରମଣ ସାରା ବିଶ୍ବର ପରିସ୍ଥିତି ଏବଂ ଭବିଷ୍ୟତ ରଣେକୗଶଳ ଉପେର ଆେଲାକପାତ କରିଥିଲେ। ଯେହତୁ କେରାନା ଭାଇରସ ଜନିତ ରାଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ ବାହାରି ନାହିଁ । ତେଣୁ ସାମାଜିକ ଦୂରତ ଉପେର ସେ ଗୁରୁତ୍ବ ଆରୋପ କରିଥିଲେ। ଜନସାଧାରଣର ସହେଯାଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।

- Advertisement -

ବନ୍ୟଜନ୍ତୁ ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରୁ ପ୍ରବଶ କରିଥାଏ । ମଣିଷ ଶରୀରରୁ କାଶ, ଛିଙ୍କ ସମୟେର ବାହାରୁଥିବା କଣିକା ଦ୍ବାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ ଦ୍ବାରା ହିଁ କୋଭିଡ ଯୁଦ୍ଧରେ ଆେମ ବିଜୟ ହୋଇପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ ।

ବିଭିନ୍ନ ସଂକ୍ରମିତ ଦେଶ ମାନଙ୍କରୁ ମିଳିଥିବା ତଥ୍ୟ ଉପେର ଆେଲାଚନା କରି ଡଃ.ରେଡ୍ଡୀ କହିଲେ ଯେ, କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ। ତାସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ । କେତକ କ୍ଷେତ୍ରରେ ଏହା ଥ୍ରୋମବୋସିସ ( Thrombosis) ପରିସ୍ଥିତ ସୃଷ୍ଟି କରି ଘାତକ ସାଜିଥାଏ। ଯୋହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରୁହନ୍ତି ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ତଥା ରୋଗୀ ମାନେ ଗୁରୁତର ଭାବେର ପୀଡିତ ହେବା ଏବଂ ମୃତ୍ୟୁମୁଖରେ ପଡିବା ଅଧିକ ଆଂଶକା ରହିଛି। କେରାନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷ କରି ଓଡିଶାର ସଫଳତାର ସେ ଉଚ୍ଚପ୍ରଶଂସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶାର ପଦକ୍ଷେପ ଅନୁକରଣୀୟ ବୋଲି ସୋ ମତବ୍ୟକ୍ତ କରିଥିଲେ ।

ଉଚ୍ଚ ତାପମାତ୍ରା ସହିତ ଆଦ୍ରତାର ପ୍ରଭାବେର ଏହି ଭାଇରସ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କେରାନା ଭାଇରସ ଜଳବାୟୁ ତାପମାତ୍ରା ନିରପେକ୍ଷ ବୋଲି କହିଥିସେ। ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ସେ କହିଥିଲେ । କିନ୍ତୁ ଏ ସବୁ ତଥ୍ୟ ଉପେର ବିଶେଷ ଗୁରୁତ୍ବ ନ ଦେଇ ଆମେ ସାମାଜିକ ଦୂରତା ଉପେର ଅଧିକ ଧ୍ୟାନ ଦେବା ବୋଲି କହିଥିଲେ । ଭାରତ ସହିତ ବିଭିନ୍ନ ଦେଶରେ କେରାନା ଭାଇରସ ପାଇଁ ପ୍ରତିଷେଧକ ଟୀକା ଉପେର ଗେବଷଣା ଚାଲିଥିବା ବେଳେ ସେପ୍ଟେମ୍ବର -ଅକ୍ଟୋବର ସୁଦ୍ଧା ବାହାରିପାରେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଲକ୍ଷଣଭିତ୍ତିକ ରୋଗ ଅନୁସଂଧାନ ଉପେର ସେ ଗୁରୁତ୍ବ ଦେବା ସହିତ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ଦେଇଥିଲେ ।

ସୂଚନାଯୋଗ୍ୟ, ଯେ ଡଃ.ରେଡ୍ଡୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବରେ କାମ କରିଥିବା ବେଳେ ବର୍ତ୍ତମାନ (Covid Solidarity Group Trial) ଉପେର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟରତ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories