www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟପ୍ରଦେଶରେ ‘ବଚନ ପତ୍ର’ ଜାରି କଲା କଂଗ୍ରେସ

ଭୋପାଳ: ମଧ୍ୟପ୍ରଦେଶରେ ୨୮ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶନିବାର ଘୋଷଣା ପତ୍ର ଜାରି କରାଯାଇଛି । ଏହି ଘୋଷଣା ପତ୍ରକୁ ଦଳ ପକ୍ଷରୁ ବଚନ ପତ୍ର ନାମ ଦିଆଯାଇଛି । ଏଥିରେ କୃଷକଙ୍କୁ ଋଣମୁକ୍ତ, ବେରୋଜଗାରୀ ଭତ୍ତା, ମହିଳା ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଦିଆଯାଇଛି । ୧୧୨ ପୃଷ୍ଠାର ଏହି ବଚନପତ୍ରରେ ୯୭୩ଟି ପ୍ରତିଶ୍ରୁତି ସାମିଲ ହୋଇଛି । କିନ୍ତୁ ସେଥିମଧ୍ୟରୁ ୭୫ଟି ଘୋଷଣା ଉପରେ ଦଳ ଅଧିକ ଗୁରୁତ୍ବ ଦେଇଛି ।

କୃଷକଙ୍କୁ ୭୫ହଜାର ୮୦୦ କୋଟି ଟଙ୍କାର ଋଣଛାଡ, ଡିଜେଲ ଏବଂ ପେଟ୍ରୋଲ ଉପରେ ରିହାତି, କୃଷକଙ୍କ ବିଜୁଳି ବିଲ ଅଧା କରାଯିବ, ରୋଷେଇ ଗ୍ୟାସରେ ରିହାତି, ଜନ ଆୟୋଗ ଗଠନ କରି ଦୁର୍ନୀତି ବିରୋଧରେ ଲଢେଇ, ସାମାଜିକ ସୁରକ୍ଷା ପେନସନ ରାଶି ୩୦୦ରୁ ବୃଦ୍ଧି କରି ୧୦୦୦ ଟଙ୍କା, ମହିଳାଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଋଣଛାଡ, କନ୍ୟା ବିବାହ ପାଇଁ ୫୧୦୦୦ ଅନୁଦାନ ରାଶି, ବିଧାନ ପରିଷଦ ଗଠନ, ପ୍ରତିମାସରେ ଗୋଟିଏ ପରିବାରର ଜଣେ ବେରୋଜଗାର ଯୁବକଙ୍କୁ ୧୦ହଜାର ଭତ୍ତା ପ୍ରଦାନ, ଓକିଲ ଏବଂ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଅଧିନିୟମ,ପୁଲିସ ବିଭାଗରେ ମହିଳାଙ୍କୁ ପ୍ରାଥମିକତା ଏବଂ ସମସ୍ତ କୃତୀ ଛାତ୍ରଙ୍କୁ ମାଗଣା ଲାପଟପ ପ୍ରଦାନ କରାଯିବ ବୋଲି ବଚନପତ୍ରରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

- Advertisement -

ଏହି ଅବସରରେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ, ଦିଗବିଜୟ ସିଂ, ନିର୍ବାଚନ ସମିତି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ । ଏହି ଅବସରରେ କମଲନାଥ କହିଥିଲେ ଯେ,  ବିଜେପି ଘୋଷଣା ପତ୍ର ନାମରେ ଏପର୍ଯ୍ୟନ୍ତ ଜୁମଲା ପତ୍ର ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ବିକାଶର ଏକ ନୂଆ ମାନଚିତ୍ର ତିଆର କରିବ । ଏହି ବଚନ ପତ୍ର ପିସିସିରେ ନୁହେଁ ବରଂ ରାସ୍ତା ଏବଂ ଜମିରେ ପ୍ରସ୍ତୁତ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories