www.samajalive.in
Saturday, December 6, 2025
15.1 C
Bhubaneswar

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା ୨ ଗିରଫ

ଘସିପୁରା: ଘସିପୁରା ଥାନା ଅଂଚଳରେ ରାଜନୈତିକି ହିଂସା ଯୋଗୁଁ ୭ ତାରିଖ ଦିନ ବେଲବାହାଳି ଗ୍ରାମର ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡା ଭୁଜାଲିରେ ହାଣିବା ଘଟଣାରେ ଘସିପୁରା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ସୂଚନାରୁ ଜଣାଯାଏ, ତାରିଖ ଦିନ ପ୍ରାୟ ୧୨ଟା ସମୟରେ ବେଲବାହାଳି ଗ୍ରାମର ପ୍ରଶାନ୍ତ ସାହୁ ଗୁହାଳିଆ ଗ୍ରାମକୁ ନିଜ ବନ୍ଧୁଙ୍କୁ ଦେଖା କରିବାକୁ ଯାଉଥିବା ସମୟରେ ବେଲବାହାଳି ଗାଁ ମୁଣ୍ଡ ଆମ୍ବତୋଟା ନିକଟରେ ହଠାତ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ଖଣ୍ଡା ଭୁଜାଲିରେ ନିର୍ମମ ଭାବେ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ପହଂଚିବାରୁ ଦୁର୍ବୃତ ମାନେ ସେଠାରୁ ଚମ୍ପଟ ହୋଇଯାଇଥିଲେ। ଖବର ପାଇ ଘସିପୁରା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ଆନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଏହି ଘଟଣା ଘସିପୁରା ପୁଲିସ୍ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର ଓରଫ ବୁଟୁଲୁଙ୍କ ସମେତ ମହରଗ ଯେନା, ମହିଆ ଯେନା, ଭୋଳା ଯେନାଙ୍କ ସମେତ ୧୫ରୁ ଅଧିକ ବିଜେଡି ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଶନିବାର ଭୋର ୪ଟା ସମୟରେ ଟୁକୁଣା କୁଣ୍ଡେଶ୍ୱର ମନ୍ଦିର ନିକଟରୁ ଗୁହାଳିଆର କାଳିଆ ଯେନା ମହେଶ୍ୱର ଜେନାକୁ ଗୁରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ମାନଙ୍କ ବିଷୟରେ ଘସିପୁରା ପୁଲିସ୍ ତଦନ୍ତ ଜାରି ରଖିଥିବା ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲିପ କୁମାର ବାଗ୍ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories