www.samajalive.in
Saturday, December 13, 2025
18.1 C
Bhubaneswar

ଚିଠା ବିଧେୟକ ପରେ ମତାମତ : ଶଶୀ ତରୁର୍‌

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ପ୍ରସଙ୍ଗରେ କଂଗ୍ରେସ ଆଭିମୁଖ୍ୟ ସମ୍ପର୍କରେ ମତ ଦେଇଛନ୍ତି ଦଳର ବରିଷ୍ଠ ନେତା ଶଶୀ ତରୁର୍‌। ତରୁର୍ କହିଛନ୍ତି ଯେ ୟୁସିସି ପ୍ରସଙ୍ଗରେ ଦଳ ଆଗୁଆ କୌଣସି ମତ ଦେବାକୁ ଚାହେଁ ନାହିଁ। ୟୁସିସିର ଚିଠା ବିଧେୟକ ପ୍ରସ୍ତୁତ ହେବା ପରେ ଦଳ ଏହାକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକ ମତାମତ ଦେବ। ସରକାର ଏ ପର୍ଯ୍ୟନ୍ତ ୟୁସିସିର ଚିଠା ବିଧେୟକ ପ୍ରସ୍ତୁତ କରି ନାହାନ୍ତି। ତେଣୁ କଂଗ୍ରେସ ଏହା ଉପରେ ମତାମତ ଦେବାକୁ ଚାହେଁ ନାହିଁ। ତେବେ ୟୁସିସି କାର୍ଯ୍ୟକାରୀ ଦ୍ବାରା ବିଭିନ୍ନ ସମ୍ପ୍ରଦାୟର ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ରହିଛି। ହିନ୍ଦୁ କୋଡ ବିଧେୟକ ଆଣିବା ଲାଗି ୯ବର୍ଷ ଲାଗି ଯାଇଥିଲା। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ବହୁତ ସମୟ ଲାଗିଥିଲା। ଅନ୍ୟତମ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ୟୁସିସିକୁ ନେଇ ସରକାରଙ୍କ କୌଣସି ନିର୍ଦଷ୍ଟ ପ୍ରସ୍ତାବ ନାହିଁ। ଲୋକଙ୍କ ବାସ୍ତବ ସମସ୍ୟା ଉପରୁ ନଜର ହଟାଇବା ଲାଗି ସରକାର ୟୁସିସି କାର୍ଯ୍ୟକାରୀ କରିବା କଥା କହୁଛନ୍ତି। ଏହାଦ୍ବାରା ବିରୋଧୀ ଦଳଗୁଡିକ ଲୋକଙ୍କ ସମସ୍ୟା ବିଷୟରେ ସରକାରଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ୟୁସିସି ପ୍ରସଙ୍ଗ ଆଲୋଚନା କରୁଛନ୍ତି। କାରଣ ୟୁସିସିକୁ ନେଇ ସଂସଦ କିମ୍ବା ଷ୍ଟାଣ୍ଡିଂ କମିଟିରେ କିଛି ଆଲୋଚନା ହୋଇ ନାହିଁ। ୟୁସିସି ପ୍ରସଙ୍ଗରେ ନ୍ୟାୟିକ ଆୟୋଗ ଦ୍ବିତୀୟ ପର୍ଯ୍ୟାୟ ମତାମତ ଲୋଡିଛନ୍ତି। ତେଣୁ ଏ ସମ୍ପର୍କରେ ସରକାରଙ୍କ କୌଣସି ବାସ୍ତବ ଯୋଜନା ନଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁସିସି କାର୍ଯ୍ୟକାରିତା ବିଷୟ କହି ସମସ୍ତଙ୍କୁ ଚକ୍‌ମା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories